Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶ୍ୱର ସବୁଠାରୁ ଲମ୍ବା ଗୀତ ଭାବେ ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ରାମଚରିତମାନସ

ନୂଆଦିଲ୍ଲୀ: ବିଶ୍ୱ ରେକର୍ଡ କରିଛି ରାମଚରିତମାନସ। ବିଶ୍ୱର ସବୁଠାରୁ ଲମ୍ବା ଗୀତ ଭାବେ ଗିନିଜ୍‌ ବୁକ୍‌ ରେକର୍ଡରେ ସ୍ଥାନ ପାଇଛି ରାମଚରିତମାନସ। ତେବେ କାଶୀରେ ରହୁଥିବା ଜଗଦୀଶ ପିଲ୍ଲାଇ ରାମଚରିତମାନସକୁ ଗୀତ ଭାବରେ ୧୩୮ ଘଣ୍ଟା ଗାଇ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ବାସ୍ତବରେ ଶ୍ରୀ ପିଲ୍ଲାଇ କେରଳର ବାସିନ୍ଦା।

ରାମଚରିତମାନସରେ ଥିବା ୧୫ ହଜାରରୁ ଅଧିକ ଚୌପାଇକୁ ଯୋଡ଼ି ଶ୍ରୀ ପିଲ୍ଲାଇ ଗୀତ ଭଳି ଗାଇଥିଲେ। ସୂଚନା ଅନୁସାରେ ଡ. ଜଗଦିଶ ପିଲ୍ଲାଇ ବାରଣସୀର ଲେଖକ ଓ ଗବେଷକ। ସେ ୧୩୮ ଘଣ୍ଟା ୪୧ ମିନିଟ ଓ ୨ ସେକେଣ୍ଡ ଲଗାତର ଚାଲିବା ଭଳି ଏହି ଗୀତ ବନାଇଛନ୍ତି। ବର୍ତ୍ତମାନ ଏହା ବିଶ୍ୱର ସବୁଠାରୁ ଲମ୍ବା ଗୀତ ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ କରିଛି। ଏହା ପୂର୍ବରୁ ଇଂଲଣ୍ଡର ମ୍ୟୁଜିକ ବ୍ୟାଣ୍ଡ ସବୁଠାରୁ ଲମ୍ବା ଗୀତ ଭାବରେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା। ଏହି ଗୀତ ୧୧୫ ଘଣ୍ଟା ୪୫ ମିନିଟର ଥିଲା।