Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ସଂସଦ ଭବନ ଉଦ୍‌ଘାଟନ ବିବାଦ; ଆଜି ସୁପ୍ରିମ୍‌କୋର୍ଟରେ ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ତେଜୁଛି ବିବାଦ। ସଂସଦ ଭବନର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନକି ରାଷ୍ଟ୍ରପତି କରିବା ଉଚିତ ବୋଲି ଦାବି କରୁଛନ୍ତି ବିରୋଧୀ। ତେବେ ଏହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଥିବା ବେଳେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଛି । ଆଜି ଏହି ମାମଲାର ଶୁଣାଣି ହୋଇପାରେ ବୋଲି ସୂଚନା ମିଳିଛି ।

ଏଥିରେ କୁହାଯାଇଛି ଯେ ରାଷ୍ଟ୍ରପତି ସଂସଦର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ସଂସଦ ଭବନ ଉତ୍ସବ ଉଦଘାଟନ ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରିବା ସମ୍ବିଧାନର ଉଲ୍ଲଙ୍ଘନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

ମେ ୨୮ ରେ ଦେଶର ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ଘାଟନ କରିବେ। ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ସେମାନେ କହୁଛନ୍ତି ଯେ କେବଳ ଦେଶର ରାଷ୍ଟ୍ରପତି ସଂସଦର ଉଦଘାଟନ କରିବା ଉଚିତ ଏବଂ ଯଦି ଏହା ନହୁଏ ତେବେ ମୋଟ ୧୯ ବିରୋଧୀ ଦଳ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ। ଗୁରୁବାର

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ