ମଧୁପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
କଳାହାଣ୍ଡି, ୨୭/୦୧-ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମଧୁପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ମୁଖ୍ୟବକ୍ତା ଭାବେ ମଧୁପୁର ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ ଯୋଗ ଦେଇଥିଲେ। ସମ୍ମାନିତ ଅତିଥ୍ ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ସମିତିସଭ୍ୟା ସୁଚିତ୍ରା ମାଝୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉମାଶଙ୍କର ପଣ୍ଡା, ସୁରେଶ ଚନ୍ଦ୍ର ସାହୁ, ସମାଜସେବୀ ହରିଶଙ୍କର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ସପୁର ଛତର ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଧାରୀ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବକୁ ଶିକ୍ଷକ ସନ୍ତୋଷ ପାତ୍ର, ମଧୁସୂଦନ ରାଉତ, ପରିଚାଳନା କରିଥିବାବେଳେ ଶିକ୍ଷକ ଚିତ୍ତରଞ୍ଜନ ସାହୁ ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଅନୀଲ କୁମାର ଧଙ୍ଗଡ଼ାମାଝୀ, ପରମାନନ୍ଦ ସାହୁଙ୍କ ସହିତ ଚାରୁଲତା ଦୁବେ, କଳାକାହ୍ନୁ ଛତର, ଶକୁନ୍ତଳା ମାଝୀ, ମନ୍ଦାକିନୀ ମାଝୀ, କ୍ଷିତିସୂତା ମାଝୀ ସହିତ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

