Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲ ପିଲାଙ୍କୁ ବିଛୁଆତି ନିର୍ଯାତନା ଦେବା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ

ଯାଜପୁର, ୨୧ |୪ : ସୁକିନ୍ଦା ବ୍ଲକ କାଳିଆପାଣିରେ ସ୍କୁଲରେ ପିଲାଙ୍କୁ ବିଛୁଆତି ନିର୍ଯାତନା ଦେବା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ ବାସୁଦେବ ଦେହୁରୀ । ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ ଏହି ଅଭିଯୋଗ ଆଧାରରେ ନିଲମ୍ବନ କରିଛନ୍ତି। ସୂଚନା ଅନୁସାରେ, ଗତ ୧୭ ତାରିଖରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଳୟରେ ଏଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଥିଲେ । ୧୦ ଜଣ ଛାତ୍ରଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେବାରୁ ପିଲାମାନେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଅଭିଭାବକ ମାନେ ଏ ବାବଦରେ ଜାଣିବା ପରେ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ପଚାରିବା ସହିତ ହୋହଲ୍ଲା କରିଥିଲେ । ଏହାପରେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀଙ୍କ ନାଁରେ କାଳିଆପାଣି ଥାନାରେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାରେ ସ୍ଥାନୀୟ ସରପଞ୍ଚ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ହସ୍ତକ୍ଷେପ କରିବା ପରେ ଶିକ୍ଷକ ନିଜ ଦୋଷ ସ୍ୱୀକାର କରିଥିଲେ | ଏଭଳି ଘଟଣାର ଆଉ ପୁନରାବୃତ୍ତି ନକରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ମାମଲାର ଆପୋସ ସମାଧାନ ହୋଇଥିଲା । ଶେଷରେ ତଦନ୍ତ କରିବା ପରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories