Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ ୧ ପର୍ଯ୍ୟନ୍ତ ମଣିପୁରରେ ରହିବେ ଶାହା, ତଥାପି ଥମୁନି ହିଂସା, କ’ଣ କରିବେ ହୋମ ମିନିଷ୍ଟର ?

ଇମ୍ଫାଲ: ମଣିପୁରରେ ମେ ୩ରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉ ନାହିଁ। ଅନେକ ସ୍ଥାନରେ କର୍ଫ୍ୟୁରେ କୋହଳ କରାଯାଇଥିଲା, ମାତ୍ର ପୁଣି ଥରେ ହିଂସା ଘଟଣା ଘଟିବା ଦେଖି ସେନା ମୁତୟନ କରାଯାଇଛି। ସେପଟେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ୩ ଦିନ ଗସ୍ତରେ ସୋମବାର ସନ୍ଧ୍ୟାରେ ମଣିପୁର ପହଞ୍ଚିଛନ୍ତି। ଶାହାଙ୍କ ଗସ୍ତ ପୂର୍ବରୁ ୨୫ ଜଣଙ୍କୁ ଗିରଫ କରାଯାଇଛି, ଯେଉଁମାନେ ରାଜ୍ୟର ମାହୋଲ ବିଗାଡ଼ିବା ପାଇଁ ଷଡଯନ୍ତ୍ର ରଚୁଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଶାହା ଜୁନ ୧ ପର୍ଯ୍ୟନ୍ତ ମଣିପୁରରେ ରହିବେ।

ଶାହା ମଙ୍ଗଳବାର ମଣିପୁର କ୍ୟାବିନେଟରେ ଯୋଗ ଦେବେ। ଏହା ପରେ ହିଂସାରେ ଆହତ ଲୋକଙ୍କୁ ଭେଟିବା ପାଇଁ ହସ୍ପିଟାଲ୍ ଯିବେ। ରାଜ୍ୟର ପରିସ୍ଥିତି ସୁଧାରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିବେ। ଅମିତ୍ ଶାହା ହିଂସା ରୋକିବା ପାଇଁ ଶାନ୍ତି ଫେରାଇ ଆଣିବା ପାଇଁ ଅନେକ ସିଭିଲ ସୋସାଇଟି ଗ୍ରୁପ ସହ ମଧ୍ୟ ଆଲୋଚନା କରିବେ। ଏଥିରେ କୁକି ଏବଂ ମେତେଇ ଉଭୟ ସମୁଦାୟର ପ୍ରତିନିଧି ଯୋଗ ଦେଇ ପାରନ୍ତି।

ରବିବାର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଦାବି କରିଥିଲେ ଯେ, ୩୩ ଉଗ୍ରବାଦୀଙ୍କୁ ନିପାତ କରାଯାଇଛି। ରାଜ୍ୟ ସରକାର ଚେତାବନୀ ଦେଇଥିଲେ ଯେ, କୌଣସି ବି ବ୍ୟକ୍ତି କିମ୍ବା ଗୋଷ୍ଠୀ ସେ ମଣିପୁରର ହେଉ ଅବା ବାହାରର, ଗୁଜବ ପ୍ରଚାର କରିବା କିମ୍ବା ହିଂସା ଉସୁକାଇବାକୁ ଚେଷ୍ଟା କଲେ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ରାଜ୍ୟ ସରକାର ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ମେ ୩ରୁ ହିଂସା ଆରମ୍ଭ ହୋଇଥିଲା। କୁକି ସମୁଦାୟର ଲୋକେ ମେତେଇ ସମୁଦାୟର ସଂରକ୍ଷଣକୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା। ଏହା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟରେ ଅର୍ଦ୍ଧସୈନିକ ବଳ ମୁତୟନ କରାଯାଇଥିଲା। ସେନାର ୧୪୦ ପ୍ଲାଟୁନ ଫୋର୍ସକୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ