Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷେ ଟଙ୍କିଆ ଫୋନ ପାଇଁ ପୁରା ଡ୍ୟାମ ପାଣି ଖାଲି କରିଥିଲେ, ଏବେ ଦେବେ ଫାଇନ୍

ରାୟପୁର: ଲକ୍ଷେ ଟଙ୍କିଆ ଫୋନ ପାଇଁ ପୁରା ଡ୍ୟାମ ପାଣି ଖାଲି କରାଇଥିଲେ ସରକାରୀ ବାବୁ। ଯାହାକୁ ନେଇ କିଛିଦିନ ତଳେ ବେଶ ଚର୍ଚ୍ଚା ହୋଇଥିଲା। ବାବୁଙ୍କୁ ମହଙ୍ଗା ପଡିଲା ଡ୍ୟାମରୁ ୪୧ ଲିଟର ଜଳ ନିଷ୍କାସିତ କରିବା। ଏବେ ଭରିବେ ଫାଇନ। ଏଥିପାଇଁ ତାଙ୍କୁ ଚାକିରିରୁ ନିଲମ୍ବନ ମଧ୍ୟ କରାଯାଇଥିଲା। ଯେତେ ପାଣି ଶୁଖାଇଥିଲେ ଏବେ ସେତେ ଫାଇନ ଦେବେ ବାବୁ। ଏହି ସରକାରୀ ବାବୁ ଜଣଙ୍କ ହେଉଛନ୍ତି ଛତିଶଗଡ କାଙ୍କେର ଜିଲ୍ଲା କୋୟଲିବେଡା ବ୍ଲକର ଖାଦ୍ୟ ନୀରିକ୍ଷକ ରାଜେଶ ବିଶ୍ୱାସ ।

ଏବେ ସେ ୫୩ ହଜାର ଟଙ୍କା ଜୋରିମାନା ଦେବେ। ଏ ନେଇ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡ୍ୟାମ ବୁଲିବାକୁ ଯାଇଥିବା ବେଳେ ଅସାବଧାନତା ଯୋଗୁ ରାଜେଶ ବିଶ୍ୱାସଙ୍କ ଦାମୀ ମୋବାଇଲ୍ ପାଣିରେ ପଡ଼ିଯାଇଥିଲା। ଫୋନକୁ ଖୋଜିବା ଲାଗି ଜଳାଶୟରେ ମୋଟର ପମ୍ପ ଲଗାଇ ପାଣି ଶୁଖାଇ ଦେଇଥିଲେ ସରକାରୀ ବାବୁ । ଆଉ ମୋବାଇଲ ଉଦ୍ଧାର କରିବା ପାଇଁ ଖାଦ୍ୟ ନୀରିକ୍ଷକ ରାଜେଶ ବିଶ୍ୱାସ ପାଣି ଶୁଖାଇ ଦେବାକୁ ନିଷ୍ପତ୍ତି ନେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ