Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

CIBIL ସ୍କୋର କମ, ତଥାପି ଏଜୁକେସନ ଲୋନ ରିଜେକ୍ଟ କରି ପାରିବେ ନାହିଁ ବ୍ୟାଙ୍କ: ହାଇକୋର୍ଟ

ତିରୁଅନନ୍ତପୁରମ: କେରଳ ହାଇକୋର୍ଟ ମଙ୍ଗଳବାର ଏକ ମହତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି, ସିବିଲ ସ୍କୋର କମ୍ ଥିଲେ ମଧ୍ୟ କୌଣସି ଛାତ୍ର-ଛାତ୍ରୀଙ୍କ ଏଜୁକେଶନ ଲୋନ ଆବେଦନକୁ ବ୍ୟାଙ୍କ ରଦ୍ଦ କରି ପାରିବ ନାହିଁ। ବ୍ୟାଙ୍କକୁ କଡ଼ା ତାଗିଦ୍ କରି ଜଷ୍ଟିସ ପି.ଭି. କୁନିକୃଷ୍ଣନ ଏକ ଶିକ୍ଷା ଋଣ ସଂପର୍କିତ ଏକ ଆବେଦନ ଉପରେ ବିଚାର କରିବା ସମୟରେ ବ୍ୟାଙ୍କଗୁଡ଼ିକୁ ମାନବିକତା ଦୃଷ୍ଟିକୋଣ ଆପଣେଇବାକୁ ଅପିଲ୍ କରିଛନ୍ତି।

ଲାଇଭ ଲର ଏକ ରିପୋର୍ଟ ଅନୁଯାୟୀ, ହାଇକୋର୍ଟ ଜଣେ ଛାତ୍ରଙ୍କ ଆବେଦନ ଉପରେ ଶୁଣାଣି କରି କହିଛନ୍ତି, ଛାତ୍ର ଆସନ୍ତାକାଲିର ରାଷ୍ଟ୍ର ନିର୍ମାତା। ସେମାନଙ୍କୁ ଭବିଷ୍ୟତରେ ଏହି ଦେଶର ନେତୃତ୍ଵ ନେବାର ଅଛି। କିନ୍ତୁ କେବଳ ସିବିଲ୍ ସ୍କୋର କମ୍ ଥିବାରୁ ତାଙ୍କୁ ଶିକ୍ଷା ଋଣରୁ କେମିତି ବଞ୍ଚିତ କରାଯାଇ ପାରିବ। ତେଣୁ ମୋ ମତରେ ଛାତ୍ରମାନଙ୍କ ଏଜୁକେସନ ଲୋନକୁ ବ୍ୟାଙ୍କଗୁଡ଼ିକ ଦ୍ଵାରା ଅଗ୍ରାହ୍ୟ କରାଯିବା ଉଚିତ୍ ନୁହେଁ।

ଏହି ମାମଲାରେ ଆବେଦନକାରୀ ଛାତ୍ର ପୂର୍ବରୁ ୨ଟି ଲୋନ ନେଇଥିଲେ। ଏଥିରୁ ଗୋଟିଏ ଲୋନ ୧୬,୬୬୭ ଟଙ୍କା ରହିଛି, ଯାହା ଏବେ ବାକି ପଡ଼ିଛି। ବ୍ୟାଙ୍କ ଦ୍ଵିତୀୟ ଲୋନକୁ ରେଡ୍ ତାଲିକାରେ ରଖିଛନ୍ତି। ଏହି କାରଣରୁ ଆବେଦନକାରୀଙ୍କ ସିବିଲ୍ ସ୍କୋର କମ ରହିଥିଲା। ଆବେଦନକାରୀଙ୍କ ଓକିଲ କହିଛନ୍ତି, ଲୋନ ନମିଳିଲେ ଛାତ୍ରଜଣକ ବହୁତ ବଡ଼ ସଙ୍କଟରେ ପଡ଼ିଯିବେ।

ଆବେଦନକାରୀଙ୍କ ଆଡଭୋକେଟ୍ ପ୍ରଣବ ଏସ.ଆର. ବନାମ ଶାଖା ପ୍ରବନ୍ଧକ ଏବଂ ଅନୟ ୨୦୨୦ର ଏକ ମାମଲାର ଉଲ୍ଲେଖ କରି କହିଛନ୍ତି ଯେ, ଜଣେ ଛାତ୍ରଙ୍କ ବାପା-ମାଆଙ୍କ କମ କ୍ରେଡିଟ୍ ସ୍କୋର ଶିକ୍ଷା ଋଣକୁ ଅସ୍ଵୀକାର କରାଯିବାର ଆଧାର ହୋଇ ପାରିବ ନାହିଁ। କାରଣ ଶିକ୍ଷା ପରେ ହିଁ ଛାତ୍ରଙ୍କଠୁ ତାଙ୍କର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଲୋନ ଆଦାୟ କରାଯାଏ। ଓକିଲ୍ କହିଛନ୍ତି, ଆବେଦନକାରୀ ଛାତ୍ରଙ୍କୁ ଏକ ବହୁରାଷ୍ଟ୍ରୀୟ କମ୍ପାନିରୁ ଚାକିରିର ପ୍ରସ୍ତାବ ଆସିଛି ଏବଂ ସେ ପରବର୍ତ୍ତୀ ସମୟରେ ସଂପୂର୍ଣ୍ଣ ଋଣ ରାଶି ପରିଶୋଧ କରିବାରେ ସକ୍ଷମ ହେବେ।