Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

କଳାହାଣ୍ଡି,୧୨/୦୬-ଆଜି ଅପରାହ୍ନରେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡ଼ ତୋଫାନ ଓ ବର୍ଷା ସହିତ ବଜ୍ରପାତ ହୋଇଥିବାବେଳେ ଏଥିରେ ଜଣେ ମହିଳା କନକ ବେହେରା (୪୯)ଙ୍କ ମୃତ୍ୟୁ ଘଟିଛି। କନକ ଆଜି ଅପରାହ୍ନରେ ଅନ୍ୟ ତିନିଜଣ ମହିଳାଙ୍କ ସହିତ ମିଶି ବିଶ୍ୱନାଥପୁରରୁ ନିଜ ଗାଁ ଦାରପଟାକୁ ଫେରୁଥିଲେ। ସେହି ସମୟରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ଓ ଝଡ଼ ତୋଫାନ ହୋଇଥିଲା। ସେହି ସମୟରେ ହୋଇଥିବା ବଜ୍ରାଘାତରେ କନକଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଏ ସମ୍ପର୍କରେ ଖବର ପାଇ ପରିବାର ଲୋକଙ୍କ ସହିତ ବିଶ୍ୱନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବିଶ୍ୱନାଥପୁର ଥାନାରେ ୦୩/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଲାଞ୍ଜିଗଡ଼ସ୍ଥିତ ଶବ ବ୍ୟବଛେଦ ଗୃହରେ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଗାଁରେ ଶବ ପହଞ୍ଚିବା ପରେ ଏକ ଶୋକାକୁଳ ପରିସ୍ଥିତିରେ ଦାହସଂସ୍କାର କରାଯାଇଛି। ମୃତ ମହିଳାଙ୍କ ପରିବାର ଅତ୍ୟନ୍ତ ଗରିବ ଓ ଅସହାୟ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories