Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରାଘାତରେ ୪ ଶିଶୁ ଗୁରୁତର ଆହତ

କଳାହାଣ୍ଡି,୧୩/୦୬- ଅପରାହ୍ନରେ ଆମ୍ବଗଛ ତଳେ ଆମ୍ବ ଗୋଟାଉଥିବାବେଳେ ବଜ୍ରାଘାତର ଶିକାର ହୋଇଛନ୍ତି ଚାରିଜଣ ଆଦିବାସୀ ଶିଶୁ। ଆଜି ଅପରାହ୍ନରେ ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ କୁନାକାଡୁ ଗାଁରେ ଆମ୍ବ ଗୋଟାଉଥିବାବେଳେ ହଠାତ ବର୍ଷା ପବନ ସହିତ ବଜ୍ରପାତ ହୋଇଥିଲା। ଏହି ସମୟରେ ଡ୍ରିଞ୍ଜୁ ମାଝୀ, ଖେତ୍ରୁ ମାଝୀ, ମଣ୍ଡି ମାଝୀ, ମନୁ ମାଝୀ ବଜ୍ରାଘାତରେ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାରିଜଣ ଗୁରୁତର ଶିଶୁଙ୍କୁ ସାକ୍ଷାତ କରି ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଆଲୋଚନା କରି ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ବ୍ୟବସ୍ଥା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ