Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱର ସବୁଠାରୁ ବଡ ଖାଦ୍ୟ ସଂରକ୍ଷଣ ଯୋଜନାକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ; ଅନୁରାଗ ଠାକୁର

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ ଖାଦ୍ୟ ସଂରକ୍ଷଣ ଯୋଜନାକୁ ମିଳିଛି ମଞ୍ଜୁରୀ। ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।ଆଜି ବସିଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଏହି ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ କେନ୍ଦ୍ର ସରକାର ୧ଲକ୍ଷ କୋଟି ଟଙ୍କା ବ୍ୟୟ କରିବା ନେଇ ଯୋଜନା କରାଯାଇଛି।

ଏବେ ଦେଶରେ ୧୪୫୦ ଲକ୍ଷ ଟନ୍ ଖାଦ୍ୟ ସଂରକ୍ଷଣ କ୍ଷମତା ରହିଛି । ଏବେ ଏହାକୁ ବୃଦ୍ଧି କରାଯାଇ ଆଉ ୭୦୦ ଲକ୍ଷ ଟନ୍ ପର୍ଯ୍ୟନ୍ତ କରାଯିବ। ଏହାକୁ ମିଶାଇ ମୋଟ ୨୧୫୦ ଲକ୍ଷ ଟନ୍ ଖାଦ୍ୟ ସଂରକ୍ଷଣ କ୍ଷମତା ରହିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଏଥିପାଇଁ ୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହାସହିତ ପ୍ରତି ବ୍ଲକରେ ୨୦୦୦ଟନ୍ ଖାଦ୍ୟ ସଂରକ୍ଷଣ କରାଯିବା ଭଳି ଗୋଦାମ ନିର୍ମାଣ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ