Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଅର ଟାଙ୍ଗିଆ ଚୋଟରେ ବାପର ଜୀବନ ଗଲା

କଳାହାଣ୍ଡି,୩୧/୦୫-ବାପ ପୁଅର ପବିତ୍ର ସଂପର୍କରେ ଲାଗିଛି କଳଙ୍କ ! ଯେଉଁ ହାତରେ ବାପର କୋକେଇ କାନ୍ଧେଇ ମଶାଣିକୁ ନେବା କଥା, ସେଇ ହାତର ଟାଙ୍ଗିଆ ଚୋଟରେ ଯାଇଛି ବାପର ଜୀବନ ! ନିଜ ଔରସରୁ ଜନ୍ମ ନେଇଥିବା ପୁଅର ଟାଙ୍ଗିଆ ଚୋଟରେ ବାପର ଜୀବନ ଯାଇଥିବାବେଳେ ଏଇ ଚାଞ୍ଚଲ୍ୟକର ଘଟଣାରେ ଅଞ୍ଚଳ ସ୍ତବ୍ଧ ପାଲଟିଛି ! ରକ୍ତ ଜୁଡ଼ୁବୁଡୁ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ପୁଲିସ ! ଏପରି ଏକ ଲୋମହର୍ଷକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନର୍ଲା ଥାନା କୁର୍ମେଲ ପଞ୍ଚାୟତର ପଞ୍ଚାୟତ ପଡ଼ାରେ ! ଏଇ ପଡ଼ାର ନନ୍ଦକିଶୋର ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପ୍ରଥମ ପତ୍ନୀର ପୁଅ ପୁରୁଷୋତ୍ତମ ମାଝୀ ଟାଙ୍ଗିଆରେ ହାଣି ହତ୍ୟା କରିଛି ! ଏନେଇ ମ୍ରୁତକଙ୍କ ଦ୍ବିତୀୟ ପତ୍ନୀ ନର୍ଲା ଥାନାରେ ଅଭିଯୋଗ କରିବା ପରେ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେରଙ୍କ ନେତ୍ରୁତ୍ବରେ ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମ. ରାମପୁର ପଠାଇବା ସହିତ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ! ସେହିପରି ଏଏସ୍ଆଇ କ୍ରୁତ୍ତିବାସ ପୁଝାରୀ ତଦନ୍ତ ଭାର ହାତକୁ ନେଇଥିବାବେଳେ ଅଭିଯୁକ୍ତ ପୁରୁଷୋତ୍ତମ ଫେରାର ହୋଇଯାଇଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ