Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେତ ଡାହାଣ କେନାଲ ସମ୍ପ୍ରସାରଣ ଦାବି ତେଜିଲା : କୃଷକ ବିକାଶ ମଞ୍ଚର ନୂତନ କମିଟି ଗଠିତ

କଳାହାଣ୍ଡି,୨୮/୦୬-ରେତ ଡାହାଣ କେନାଲ ସମ୍ପ୍ରସାରଣ ପାଇଁ ନର୍ଲା ଓ ଲାଞ୍ଜିଗଡ଼ ବ୍ଲକର ୨୦ଖଣ୍ଡ ଗାଁର ଚାଷୀଙ୍କୁ ନେଇ ଗଠିତ କୃଷକ ବିକାଶ ମଞ୍ଚର ଦ୍ଵିତୀୟ ବୈଠକ ଆଜି ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଚାଷୀ ଅନୀଲ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରେତ ଡାହାଣ କେନାଲ ସମ୍ପ୍ରସାରଣ ପାଇଁ ଜୋରଦାର ଲଢ଼େଇ ପାଇଁ ଏକସୂତ୍ରୀ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଅଞ୍ଚଳର ଚାଷୀମାନଙ୍କ ଏହି ଦାବିକୁ ସରକାର ଓ ପ୍ରଶାସନ ନିକଟରେ ଦୃଢ଼ ଭାବେ ଉପସ୍ଥାପନ ପାଇଁ କୃଷକ ବିକାଶ ମଞ୍ଚର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ସାଧାରଣ ସଂପାଦକ ଭାବେ ସାମ୍ବାଦିକ ତଥା ସମାଜସେବୀ ସୁଶୀଲ କୁମାର ବାଗଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଉପସଭାପତି ଭାବେ ରତ୍ନାକର ପାତ୍ର, ଉମାଶଙ୍କର ବେହେରା, ଯୁଗ୍ମ ସଂପାଦକ ଭାବେ ବଳରାମ ଗଉଡ଼, କୋଷାଧ୍ୟକ୍ଷ ନୀଲେଶ କୁମାର ପାଢ଼ୀ, ସହ କୋଷାଧ୍ୟକ୍ଷ ଭକ୍ତରାମ ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀରେ ବିଜୟ ପାଢ଼ୀ, ଅନୀଲ ପାଢ଼ୀ, ପୁରୁଷୋତ୍ତମ ପୁଟେଲ, ରୁଦ୍ରପ୍ରସାଦ ସାହୁ, ଟଙ୍କଧର ମେହେର, କିରଣ ମାଝୀ, ଅଶୋକ ପୁରୋହିତ, ବାଟି ମାଝୀ, କର୍ପୁର ଗଉଡ଼, ବୈବ ପୁଟେଲ, ମନୋଜ ପ୍ରଧାନ, ବିନୋଦ ପ୍ରସାଦ ସାହୁ, ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିବାବେଳେ ବୀରେନ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଭକ୍ତରାମ ପୁଟେଲ, ସଞ୍ଜୟ ପାଢ଼ୀ, ତପିନ୍ଦ୍ର ପଧାନ, ସଞ୍ଜୟ ବିଶ୍ୱାଳ, ରଞ୍ଜିତ ପଣ୍ଡା, ଲଖଣ ବାଗ, ମୋହନ ପୁଟେଲ, ମଗଶିର ଗଉଡ଼, ଥବିର ପୁଟେଲ, ଭବାନୀଶଙ୍କର ବିଶ୍ୱାଳ, ପ୍ରଦ୍ୟୁମ୍ନ ବେହେରା, ଅଶୋକ ପୁରୋହିତ, ଯୁଧିଷ୍ଠିର କରୁଆଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ନର୍ଲା ବ୍ଲକର ବଡ଼ଧାରପୁର, ଘଣ୍ଟମାଳ ତଥା ଲାଞ୍ଜିଗଡ଼ ବ୍ଲକର ଗୋବର୍ଧନପୁର ପଞ୍ଚାୟତର ୨୦ଖଣ୍ଡ ଗାଁରୁ ଦୁଇଶହରୁ ଉର୍ଦ୍ଧ୍ଵ ଚାଷୀ ବୈଠକରେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ