ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
କଳାହାଣ୍ଡି, ୨୦/୦୭-ପରିବେଶ ସୁରକ୍ଷା, ସାମ୍ବିଧାନିକ ଅଧିକାରର ସଂରକ୍ଷଣ ଏବଂ ଜନସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ଦାବିକୁ ସମର୍ଥନ ଜଣାଇ ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ଆଜି ସକାଳ ୮ଟାରୁ ଭବାନୀପାଟଣା ଗାନ୍ଧୀଛକସ୍ଥିତ ଦଳିତ ସଭାସ୍ଥଳରେ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ କରିଛନ୍ତି।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତ ରତ୍ନ ଡ଼. ବି. ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସେମାନଙ୍କ ଆଦର୍ଶ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ପରେ ଅହିଂସା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆଧାର କରି ଉପବାସ ସତ୍ୟାଗ୍ରହ ଶୁଭାରମ୍ଭ କରାଯାଇଥିଲା। ସଂଗଠନର ସଭାପତି ମନୀନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ ଅଗଷ୍ଟ ନାଏକ, ଉପସଭାପତି ପୀତବାସ ବେହେରା, ଉପସଭାପତି ଶିବ ସାହୁ, ପୂର୍ବତନ ଉପନଗରପାଳ ଆଦିତ୍ୟ ନନ୍ଦ,ବିକ୍ରମ କେଶରୀ ନାଏକ ଓ ସଞ୍ଜୟ ନିଆଲ ପ୍ରମୁଖ ଉପବାସ ସତ୍ୟାଗ୍ରହରେ ସାମିଲ ହୋଇଥିଲେ।ଦିନବ୍ୟାପି ଚାଲିଥିବା ଏହି ଉପବାସ ସତ୍ୟାଗ୍ରହରେ ବହୁ ଯୁବକ, ସମାଜସେବୀ ଏବଂ ସଚେତନ ନାଗରିକ ଯୋଗଦେଇ ସୋନମ ୱାଙ୍ଗଚୁକଙ୍କ ପ୍ରତି ନିଜର ଏକାତ୍ମତା ଓ ସମର୍ଥନ ପ୍ରକାଶ କରିଥିଲେ। ଏହି ସତ୍ୟାଗ୍ରହକୁ ସମର୍ଥନ ଜଣାଇ ସମାଜସେବୀ ହୃଷିକେଶ ଗାନ୍ଧୀ , ସ୍ୱାଭିମାନ କଳାହାଣ୍ଡିର ସଭାପତି ସୁରେଶ ରାଓ, ଦଳିତ ଆଦିବାସୀ ମହାସଂଘର ସଭାପତି ପରମାନନ୍ଦ ମାଝୀ, ନାଗରିକ କମିଟିର ସଭାପତି ଧର୍ମେନ୍ଦ୍ର ନାଏକ, ଆଇନଜୀବୀ ଦିବ୍ୟରଞ୍ଜନ ବହିଦାର, ସାମନ୍ତ ଖମାରୀ ଓ ରାଜୀବଲୋଚନ ଶତପଥୀ, ବରିଷ୍ଠ ନେତା ପ୍ରଦୀପ ମୁଣ୍ଡ, ଦୀନେଶ ବଗର୍ତ୍ତି, ତ୍ରିଲୋଚନ ପାଣିଗ୍ରାହୀ, ସଞ୍ଜୟ ସୁନାନୀ, ଚନ୍ଦ୍ରାଂଶୁ ମିଶ୍ର, ରିଙ୍କୁ ନାଏକ, ଯୁବନେତା ମଣ୍ଟୁ ନାଏକ, ମହମ୍ମଦ ସାହେବ, ମାନସ ସିନ୍ଦୁର, ବର୍ଷା ସରାଫ, ଭବାନୀପାଟଣା ପୌରପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ପୂର୍ବତନ ଉପନଗରପାଳ ସବିତା ପ୍ରଧାନ, କାଉନସିଲର କ୍ଷୀରସିନ୍ଧୁ ନାଏକ, ଜୟଶ୍ରୀ ଅଗ୍ରୱାଲ, ହାରାମଣି ଗଣ୍ଡ, ଗିରିଜା ଗହୀର, ଭୁବନେ ବାଗଙ୍କ ସମେତ ଅନେକ ଯୁବ, ଛାତ୍ର, ମହିଳା ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଆନ୍ଦୋଳନ ପ୍ରତି ନିଜର ସମର୍ଥନ ଜଣାଇଥିଲେ।

