ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ
କଳାହାଣ୍ଡି,୨୨/୦୭-ବିଦ୍ୟାଳୟ ପରିସର ସଫେଇ ଦାୟିତ୍ୱରେ ଥିବା ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ତିନିମାସର ବକେୟା ବିଲ କରାଇଦେବାକୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ି ହଟହଟା ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୀତାକାନ୍ତ ରଣା। ଆଜି ବିଦ୍ୟାଳୟସ୍ଥିତ ନିଜ କାର୍ଯ୍ୟାଳୟ ପରିସରରେ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାଙ୍କଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସର ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏହାପରେ ଲାଞ୍ଚ ଟଙ୍କା ସହିତ ଶ୍ରୀ ରଣାଙ୍କୁ ଭିଜିଲାନ୍ସ ପକ୍ଷରୁ କାର୍ଯ୍ୟାଳୟକୁ ଅଣାଯାଇ ଅଟକ ରଖିବା ସହିତ ପଚରାଉଚୁରା ଚାଲିଥିବା ଜଣାପଡିଛି। ସେହିପରି କୋରାପୁଟ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ନାମରେ କେସ ନଂ.୧୭/୨୦୨୬ରେ ଆୟ ବହିର୍ଭୁତ ସମ୍ପତ୍ତି ମାମଲା ରୁଜୁ କରାଯାଇ ଦୁଇଟି ସ୍ଥାନରେ ଏକାଦିକ୍ରମେ ଚଢ଼ାଉ ଜାରି ଥିବା ସୂଚନା ମିଳିଛି।

