କେସିଙ୍ଗା ହୋଲସେଲ ବ୍ୟବସାୟୀଙ୍କ ଘରୁ ଚୋରି
କଳାହାଣ୍ଡି,୨୨/୦୭- କଳାହାଣ୍ଡି ଜିଲ୍ଲା କେସିଙ୍ଗାର ହୋଲସେଲ ବ୍ୟବସାୟୀ ତଥା ଅମ୍ବାଜୀ ଏଜେନ୍ସିର ମାଲିକ ପୁନମ ଜୈନଙ୍କ ଘରୁ ଏକ ବଡ଼ ଧରଣର ଚୋରି ହୋଇଥିବା ନେଇ କେସିଙ୍ଗା ପୁଲିସ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ କେସିଙ୍ଗା ଆଦର୍ଶ ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଛି। ସୂଚନାଯୋଗ୍ୟ, ନିଜର ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ଜୈନଙ୍କ ପରିବାର ରାଜ୍ୟ ବାହାରକୁ ଯାଇଥିବାବେଳେ ଏହାର ସୁଯୋଗ ନେଇ ତାଙ୍କ ଘରେ ଚୋର କଳାକନା ବୁଲାଇ ଦେଇଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତନାଘନା ଚଳାଇଥିବା ଜଣାପଡିଛି।

