Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଜାତୀୟ ପତାକା ଦିବସ ପାଳିତ

କଳାହାଣ୍ଡି,୨୨/୦୭-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ଜାତୀୟ ପତାକା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ଅଧ୍ୟକ୍ଷ ତଥା ଶିକ୍ଷାବିତ ଡ. ଶିବରାମ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ୧୯୪୭ ମସିହା ଜୁଲାଇ ମାସ ୨୨ ତାରିଖରେ ତ୍ରିରଙ୍ଗା ପତାକାକୁ ଜାତୀୟ ପତାକା ଭାବେ ସ୍ୱୀକୃତି ମିଳିବାର ସ୍ମରଣୀୟ ଦିନକୁ ମନେ ପକାଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ଅତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରିଶେଷରେ ସାମୁହିକ ଜାତୀୟ ସଙ୍ଗୀତ ଗାନ ସହିତ ସଭା ସାଙ୍ଗ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ