Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲେଶ୍ୱରରେ ବଡ଼ ଡକାୟତି: ତାଲା ଭାଙ୍ଗି ଲୁଟିନେଲେ ୨୦ ଲକ୍ଷର ସୁନା-ରୁପା ଅଳଙ୍କାର ସହ ୮୦ ହଜାର ଟଙ୍କା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ମାତିଛନ୍ତି ଲୁଟେରା। ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା | ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତର ବାରିଙ୍ଗିଆ ଗ୍ରାମରେ ଏକ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା-ରୁପା ଅଳଙ୍କାର ସହ ୮୦ ହଜାର ଟଙ୍କା ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସୂଚନା ଅନୁସାରେ, ଗ୍ରାମର ଅନନ୍ତ କୁମାର ମିଶ୍ର ଓ ତାଙ୍କ ସ୍ତ୍ରୀ ଗତକାଲି ରାତିରେ ପାଖରେ ଥିବା ମାଟି ଘରେ ଶୋଇଥିବା ବେଳେ ପକ୍କା ଘରଟି ଖାଲି ଥିଲା। ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରର ତାଲା ଓ ଗ୍ରିଲ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଘରେ ରଖାଯାଇଥିବା ସୁନା-ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଅନନ୍ତ ମିଶ୍ରଙ୍କ ଦୁଇ ପୁଅ ବାହାରେ ରହୁଥିବାରୁ ଘରେ କେବଳ ବୃଦ୍ଧ ଦମ୍ପତି ରହୁଥିଲେ।

ସକାଳେ ଘରର ଗ୍ରିଲ୍ ଓ ତାଲା ଭଙ୍ଗା ଅବସ୍ଥାରେ ଦେଖି ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ପରେ ଖଇରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଲୁଟେରାଙ୍କୁ ଚିହ୍ନଟ କରିବା ସହ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories