Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବେକସେନା ତରଫରୁ କାର୍ଗିଲ ବିଜୟ ଦିବସ ପାଳିତ

କଳାହାଣ୍ଡି,୨୬/୦୭- କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛ|ସେବୀ ସଂଗଠନ ବିବେକ ସେନା ତରଫରୁ ଭବାନୀପାଟଣାସ୍ଥିତ ତାରିଣୀମନ୍ଦିର ରୋଡ଼. ବିବେକ କନଫରେନ୍ସ ହଲଠାରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ୧୯୯୯ ମସିହାରେ ଜମ୍ମୁ-କଶ୍ମୀରର କାର୍ଗିଲ ଅଞ୍ଚଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଶତ୍ରୁମାନେ ଲୁଚି ରହି ଭାରତୀୟ ପାହାଡ଼ ଏବଂ ଚଉକିଗୁଡ଼ିକ ଦଖଲ କରିଥିଲେ। ଭାରତୀୟ ସେନା ନିଜର ଅସୀମ ସାହସ ଦେଖାଇ ‘ଅପରେସନ୍ ବିଜୟ’ ମାଧ୍ୟମରେ ଶତ୍ରୁଙ୍କୁ ଉଚ୍ଛିନ୍ନ କରିଥିଲା। କାର୍ଗିଲ ବିଜୟ ଦିବସ କେବଳ ଏକ ବିଜୟର ଉତ୍ସବ ନୁହେଁ, ବରଂ ଏହା ଦେଶ ପାଇଁ ଜୀବନ ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଦିନ। ଏହା ଆମ ଭିତରେ ଦେଶପ୍ରେମର ଭାବନା ଜାଗ୍ରତ କରେ। ଆମେ ସବୁବେଳେ ଆମର ସେନାଙ୍କ ବୀରତ୍ୱକୁ ମନେ ରଖିବା ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ଉଚିତ ବୋଲି ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଶିବରାମ ନାୟକ ଉଦବୋଧନ ଦେଇଥିଲେ | ଅସିତ ମହାନ୍ତି, ରୁଦ୍ର ପ୍ରସାଦ ନାୟକ, ଆଶୁତୋଷ ସାହୁ, ଅର୍ଚିତା ଦାସ ସହ ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ