Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ୍‌ ଦୁର୍ଘଟଣା; ସହାୟତାର ହାତ ବଢାଇଲେ ବିରେନ୍ଦ୍ର ସେହଓ୍ବାଗ, ଅନାଥ ପିଲାଙ୍କୁ ଦେବେ ମାଗଣା ଶିକ୍ଷା ସୁବିଧା

ମୁମ୍ବାଇ: ଗତ ଶୁକ୍ରବାର ଦିନ ଓଡିଶାର ବାଲେଶ୍ବରରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଭାରତୀୟ ରେଳ ଇତିହାସରେ ସବୁଠାରୁ ବଡ ଦୁର୍ଘଟଣା ବୋଲି କୁହାଯାଉଛି। ବର୍ତ୍ତମାନର ଆକଳନ ଅନୁଯାୟୀ ଏହି ଦୁର୍ଘଟଣାରେ ୨୭୫ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିସହିତ ଆହତଙ୍କ ସଂଖ୍ୟା ୧୧୦୦ ଅତିକ୍ରମ କରିଛି। ଦୁର୍ଘଟଣା ପରେ ଲୋକମାନେ ନିଜ ସାମର୍ଥ୍ୟ ଅୁଯାୟୀ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ଏହି ସମୟରେ ପୂର୍ବତନ ଭାରତୀୟ ଖେଳାଳି ବିରେନ୍ଦ୍ର ସେହୱାଗ ମଧ୍ୟ ସହାୟତାର ହାତ ବଢାଇଛନ୍ତି।

ଏକ ଟୁଇଟ୍‌ ଯୋଗେ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରି ବିରେନ୍ଦ୍ର ସେହୱାଗ। ଏହାସହ ସେ କହିଛନ୍ତି ଯେ ଟ୍ରେନ ଦୁର୍ଘଟଣାରେ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବେ। ସେ ଟ୍ୱିଟ୍ କରି ଲେଖିଛନ୍ତି, “ଏହି ଦୃଶ୍ୟ ଆମକୁ ଦୀର୍ଘ ସମୟ ଧରି ବିଚଳିତ କରିବ। ଏହି ଦୁଃଖ ସମୟରେ ମୁଁ ଏତିକି ତ କରିପାରିବି ଯେ ଅନାଥ ପିଲାଙ୍କ ଶିକ୍ଷାର ଭାର ମୁଁ ଉଠାଇପାରିବି। ସେହୱାଗ ଇଣ୍ଟରନ୍ୟାସନାଲ ସ୍କୁଲରେ ମୁଁ ଏହିପରି ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ ସୁବିଧା ଯୋଗାଇପାରିବି। ”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ