Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ବଡ଼ ଝଟକା, ଧାରଣାରୁ ଓହରିଲେ ସାକ୍ଷୀ ମଲିକ

ନୂଆଦିଲ୍ଲୀ: କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ପ୍ରଦର୍ଶନରେ ସାମିଲ୍ ସାକ୍ଷୀ ମଲିକ ପଛକୁ ହଟିଛନ୍ତି। ସାକ୍ଷୀ ମଲିକଙ୍କ ଧାରଣାରୁ ଓହରିବା ହଟିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ବଡ଼ ଝଟକା ଲାଗିଛି। ସୂତ୍ର ମୁତାବକ ସାକ୍ଷୀ ମଲିକ ଉତ୍ତର ରେଲଓ୍ଵେରେ ନିଜ ଚାକିରିରେ ପୁନର୍ବାର ଯୋଗ ଦେଇଛନ୍ତି ଏବଂ ସେ ଆନ୍ଦୋଳନରୁ ନିଜର ନାଁ ପ୍ରତ୍ୟାହାର କରିଛନ୍ତି। ହେଲେ ଏହି ଖବର ଉପରେ ସାକ୍ଷୀ ମଲିକ କିମ୍ବା ବଜରଙ୍ଗ ପୁନିଆ କିମ୍ବା ଭିନେଶ ଫୋଗାଟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ, ଯେଉଁମାନେ ଏହି ଆନ୍ଦୋଳନର ବଡ଼ ଚେହେରା ଥିଲେ।

ଶନିବାର ରାତିରେ ଭିନେଶ ଫୋଗାଟ, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଥିଲେ। ଏହି ବୈଠକରେ ଗୃହ ମନ୍ତ୍ରୀ ଅମିତ୍ ଶାହା ଆଇନ ଏହି ମାମଲାରେ ନିଜ କାମ କରିବ ଏବଂ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ଯଦି କେହି ବି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ କାହାକୁ ଛଡ଼ା ଯିବ ନାହିଁ। କୁହାଯାଉଛି ଗୃହ ମନ୍ତ୍ରୀଙ୍କଠୁ ଆଶ୍ଵସନା ମିଳିବା ପରେ ସାକ୍ଷୀ ମଲିକ ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଆନ୍ଦୋଳନରେ ସାମିଲ୍ ତାଙ୍କର ଅନ୍ୟ ସାଥୀଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ। ତେବେ ଭିନେଶ ଫୋଗାଟ୍ ଏବଂ ବଜରଙ୍ଗ ପୁନିଆଙ୍କୁ ମଧ୍ୟ ସରକାର ମନାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନେ ମଧ୍ୟ ଶୀଘ୍ର ଚାକିରିରେ ଯୋଗ ଦେଇ ପାରନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ