Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଆସି ଦୁର୍ଘଟଣା ପ୍ରଭାବିତଙ୍କୁ ଭେଟିବେ ମମତା; ଦେବେ ସହାୟତା ରାଶି

ବାଲେଶ୍ବର: ବାହାନଗା ଟ୍ରେନ୍‌ ଦୁର୍ଘଟଣାର କରାଳ ରୂପ ସମଗ୍ର ବିଶ୍ବକୁ ଦୋହଲାଇ ଦେଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଲାଗି ସହାୟତା ଯୋଗାଇ ଦିଆଯାଉଛି। କେନ୍ଦ୍ର ସରକାର ମୃତକଙ୍କ ପରିବାର ଲାଗି ୧୦ ଲକ୍ଷ ସହାୟତା ରାଶି ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ସେହପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସହାୟତା ଯୋଗାଇ ଦେବାକୁ କହିଛନ୍ତି। ଓଡିଶା ଗସ୍ତରେ ଆସିବେ ଦିଦି। ଟ୍ରେନ ଦୁର୍ଘଟଣାରେ ପ୍ରଭାବିତଙ୍କୁ ସହାୟତା ରାଶି ପ୍ରଦାନ କରିବା ନେଇ କହିଛନ୍ତି ମମତା। ଏହାସହ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ। ଅନ୍ୟପଟେ ଆହତଙ୍କ ଚିକିତ୍ସା ମଧ୍ୟ ଜାରିରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ