କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାବାସୀ ଦେଖିଥିବା ମେଡିକାଲ୍ କଲେଜର ସ୍ବପ୍ନ ପୂରଣ ହେବାକୁ ଯାଉଥିବାବେଳେ ୪୮୧.୦୬ ଟଙ୍କା ବ୍ୟୟରେ ନିର୍ମିତ କଳାହାଣ୍ଡି ମେଡିକାଲ କଲେଜରେ ୨୦୨୩-୨୪ ଶିକ୍ଷା ବର୍ଷରେ ୧୦୦ଟି ଏମବିବିଏସ୍ ସିଟ୍ ରେ ନାମ ଲେଖାଯିବ ! ଏଥିପାଇଁ ଅନୁମୋଦନ ମିଳିଥିବାବେଳେ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବିକୁ ଦ୍ରୁଷ୍ଟିରେ ରଖି ରାଜ୍ୟ ସରକାର ଆଜି କଳାହାଣ୍ଡି ମେଡିକାଲ କଲେଜକୁ ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରିବାକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ! ଦୀର୍ଘ ଦିନରୁ ଜିଲ୍ଲାର ବିଭିନ୍ନ ନାଗରିକ ସଂଗଠନ ଏନେଇ ଦାବି କରି ଆସୁଥିବାବେଳେ ଆଜି ରାଜ୍ୟ ସରକାରଙ୍କ ଘୋଷଣା ପରେ ଜିଲ୍ଲାବାସୀଙ୍କ ମୁହଁରେ ଖୁସିର ଲହରୀ ଦେଖିବାକୁ ମିଳିଛି ! ଏଥିପାଇଁ ଜିଲ୍ଲାର ବିଭିନ୍ନ ସଂଗଠନ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିବାବେଳେ ରାଜ୍ୟର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ତରଫରୁ ରାଜ୍ୟ ସରକାରଙ୍କ ଏଇ ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି ! ସୂଚନାଯୋଗ୍ୟ, ପୂର୍ବରୁ ଫେଡେରେସନ ତରଫରୁ ଏନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟରେ ଯଥାଯଥ ଦାବି କରାଯାଇଥିଲା ! ଫଳରେ ଆଜି ସରକାରଙ୍କ ଘୋଷଣା ପରେ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି ଓ ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ କୁମାର ରାଜ୍ୟ ସରକାରଙ୍କୁ ଏନେଇ ଧନ୍ୟବାଦ ଜଣାଇବା ସହ କଳାହାଣ୍ଡି ବିଶ୍ବ ବିଦ୍ୟାଳୟକୁ ବିଶ୍ବରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକର ବିଶ୍ବବିଦ୍ୟାଳୟ ଭାବରେ ନାମିତ କରିବାକୁ ଦାବି ଉପସ୍ଥାପନ କରିଛନ୍ତି !