Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SCB ଟଙ୍କା ହେରଫେର ଘଟଣା: ଦୀନେଶଙ୍କ ୪ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍, ଜମା ଥିବା ୧.୮୩ ଲକ୍ଷ ଟଙ୍କା ଅଚଳ

କଟକ: କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ମାମଲାରେ ତଦନ୍ତକୁ ଆହୁରି ଜୋରଦାର କରିଛି ମଙ୍ଗଳାବାଗ ଥାନା ପୁଲିସ। ମାମଲାରେ ଡାଟା ଏଣ୍ଟ୍ରି ଅପରେଟର ତଥା ଡିଇଓ ଦୀନେଶ ରାଉତଙ୍କୁ ଗିରଫ କରାଯିବା ପରେ ଏବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ପୁଲିସର ନଜର ରହିଛି।

ତଦନ୍ତକାରୀ ଟିମ୍ ଦୀନେଶଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ୪ଟି ଆକାଉଣ୍ଟକୁ ଫ୍ରିଜ୍ କରିଛି। ଏହି ଆକାଉଣ୍ଟଗୁଡ଼ିକରେ ମୋଟ ୧ ଲକ୍ଷ ୮୩ ହଜାର ଟଙ୍କା ଜମା ଥିବା ଜଣାପଡ଼ିଛି। ଟଙ୍କା ହେରଫେର ଘଟଣା ସହ ଏହି ଆକାଉଣ୍ଟଗୁଡ଼ିକର କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି।

ଅନ୍ୟପଟେ ମାମଲାର ଅଧିକ ତଥ୍ୟ ହାସଲ ପାଇଁ ଦୀନେଶଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ପୁଲିସ ଯୋଜନା କରୁଛି। ରିମାଣ୍ଡ ସମୟରେ ହେରଫେର ଟଙ୍କାର ଉତ୍ସ, ଟଙ୍କା କାରବାରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଘଟଣାର ସମ୍ପୂର୍ଣ୍ଣ ନେଟୱର୍କ ସମ୍ପର୍କରେ ପଚରାଉଚରା କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories