Nepal Flood: ଆଖି ଆଗରେ ବନ୍ୟାର ତାଣ୍ଡବ, ଭୟଙ୍କର ଅନୁଭୂତି ବଖାଣିଲେ ଓଡ଼ିଆ ଝିଅ କୁଲସୁମ୍
ଭୁବନେଶ୍ୱର: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମଧ୍ୟରେ ଫସିଯାଇଥିବା ଓଡ଼ିଆ ଝିଅ କୁଲସୁମ୍ ନିଗାର ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି। ବାରିପଦାର କୁଲସୁମ୍ ନେପାଳରୁ ଫେରିବା ପରେ ସେଠାରେ ଦେଖିଥିବା ଭୟଙ୍କର ପରିସ୍ଥିତି ଓ ନିଜର ଅନୁଭୂତି ବଖାଣିଛନ୍ତି। ବନ୍ୟା ମଧ୍ୟରେ କିଭଳି ଫସି ରହିଥିଲେ ଏବଂ କେମିତି ସେଠାରୁ ଉଦ୍ଧାର ହୋଇ ସୁରକ୍ଷିତ ଭାବେ ଘରକୁ ଫେରିଲେ, ସେ ସମ୍ପର୍କରେ କୁଲସୁମ୍ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି।
ନେପାଳରେ ବନ୍ୟା ଓ ବିପର୍ଯ୍ୟୟର ଭୟଙ୍କର ଦୃଶ୍ୟ ତାଙ୍କୁ ଭୟଭୀତ କରିଦେଇଥିବା କୁଲସୁମ୍ କହିଛନ୍ତି। ବିପଦପୂର୍ଣ୍ଣ ପରିସ୍ଥିତିରେ ଜୀବନ ବଞ୍ଚାଇବା ତାଙ୍କ ପାଇଁ ଏକ କଠିନ ଅନୁଭୂତି ଥିଲା। ତେବେ ସମସ୍ତଙ୍କ ସହଯୋଗ ଓ ଉଦ୍ଧାର ପ୍ରକ୍ରିୟା ଯୋଗୁଁ ଶେଷରେ ସେ ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚିପାରିଛନ୍ତି।
କୁଲସୁମ୍ ଏକା ନୁହେଁ, ତାଙ୍କ ସହ ନେପାଳ ଯାଇଥିବା ଅନ୍ୟ ସାଥୀମାନେ ମଧ୍ୟ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ଫେରିଥିବା ଜଣାପଡ଼ିଛି। ଝିଅ ସୁରକ୍ଷିତ ଭାବେ ଘରକୁ ଫେରିବା ପରେ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ନେପାଳର ସେହି ଭୟଙ୍କର ବିପର୍ଯ୍ୟୟରୁ ଜୀବନ ବଞ୍ଚାଇ ଫେରିଥିବା କୁଲସୁମଙ୍କ ଅନୁଭୂତି ଏବେ ଚର୍ଚ୍ଚାରେ ରହିଛି।

