Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚର୍ଚ୍ଚାରେ ବନ୍ଧପାରୀ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ : ଅନ୍ତେବାସୀଙ୍କ ଖାଦ୍ୟ ଓ ପ୍ରସାଧନ ସାମଗ୍ରୀରେ ହରିଲୁଟ ଅଭିଯୋଗ

କଳାହାଣ୍ଡି,୦୩/୦୯-ଅନ୍ତେବାସୀଙ୍କ ଛାତ୍ରୀଙ୍କୁ ମେନ୍ୟୁ ଅନୁସାରେ ଖାଦ୍ୟ ଯୋଗାଣ ନହେବା, ପ୍ରସାଧନ ସାମଗ୍ରୀରେ ବ୍ୟାପକ ହେରଫେର ଆଦି ଅଭିଯୋଗକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ। ବିଭିନ୍ନ ସମୟରେ ବିବାଦ ଘେରରେ ରହି ଆସିଥିବା ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାତୀ ନାଏକଙ୍କ ନାମରେ ଏଥର ଗୁରୁତର ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀ। ଏନେଇ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଭେଟି ସେମାନେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି। ସୂଚନାନୁସାରେ, ବୁଧବାର ଦିନ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଓ କିଛି ସଦସ୍ୟ ହଷ୍ଟେଲ ପରିଦର୍ଶନ ସମୟରେ ଅନ୍ତେବାସୀ ଛାତ୍ରୀମାନଙ୍କୁ ମେନ୍ୟୁ ଅନୁଯାୟୀ ଖାଦ୍ୟ ପରିବେଷଣ କରାଯାଉନଥିବା ଦେଖିବାକୁ ପାଇଥିଲେ। ସେହିପରି ଛାତ୍ରୀମାନଙ୍କୁ ପ୍ରସାଧନ ସାମଗ୍ରୀ ଯୋଗାଣରେ ମଧ୍ୟ ହେରଫେର ହେଉଥିବା ସେମାନେ ଜାଣିବାକୁ ପାଇଥିଲେ। ଏସବୁ ଜାଣିବା ପରେ କମିଟି କର୍ମକର୍ତ୍ତା ଉପରିସ୍ତ ଅଧିକାରୀଙ୍କୁ ଅଭିଯୋଗ କରିବା ସହିତ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ