Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନେତାଙ୍କ ସହିତ ଯିବାକୁ ଚାହାନ୍ତି, ଆମେ କ’ଣ କରିବୁ; କୁସ୍ତିଯୋଦ୍ଧାଙ୍କ ନିଷ୍ପତ୍ତିରେ କ୍ଷୁବ୍ଧ ଖାପ୍ ନେତା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ତତ୍କାଳୀନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ଖ୍ୟାତାନାମା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ନିଜ ନିଜର ଚାକିରିକୁ ଫେରି ଯାଇଛନ୍ତି। ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ଯେ, ରେସଲରମାନେ ଆନ୍ଦୋଳନରୁ ହଟିଗଲେ। ପରେ କୁସ୍ତିଯୋଦ୍ଧାମାନେ ସ୍ପଷ୍ଟ କରିଛନ୍ତି ଯେ, ଆନ୍ଦୋଳନ ଜାରି ରହିବ। ଅନ୍ୟପଟେ ପହିଲମାନଙ୍କ ଏହି ନିର୍ଣ୍ଣୟରେ କ୍ଷୁବ୍ଧ ଖାପ୍ ଏବଂ କୃଷକ ନେତା ରାକେଶ ଟିକାୟତ। ଟିକାୟତଙ୍କୁ ଏବେ ଜୁନ ୯ରେ ଜନ୍ତର ମନ୍ତରରେ ହେବାକୁ ଥିବା ବିରୋଧ ପ୍ରଦର୍ଶନ ସ୍ଥଗିତ କରିବାକୁ ପଡ଼ିଛି। ସେ କହିଛନ୍ତି ଯଦି ରେସଲରମାନେ ନିଜେ ସାଲିସ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ତେବେ ଆମେ କଣ କରିବୁ।

ବିକେୟୁ ପ୍ରମୁଖ ତଥା ବଲିୟାନ ଖାପର ପ୍ରମୁଖ ନରେଶ ଟିକାୟତ କହିଛନ୍ତି, ଯଦି ଅଭିଯୋଗକାରୀମାନେ ନିଜେ ବୁଝାମଣା କରିବାକୁ ନିଷ୍ପତ୍ତି ନେଇଛନ୍ତି ତେବେ ଆମେ ଆଉ କଣ କରି ପାରିବା ? ଆମକୁ ଏହା ଜଣା ନାହିଁ ଯେ, ସେମାନେ କେଉଁ ପରିସ୍ଥିତିରେ କିମ୍ବା ଚାପରେ ଆସି ପୁଣି ଥରେ ଡ୍ୟୁଟିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗୃହ ମନ୍ତ୍ରୀଙ୍କ ସହ କଣ ଆଲୋଚନା ହୋଇଛି କିଛି ଜଣା ପଡୁନି।

ନରେଶ ଟିକାୟତଙ୍କ ଛୋଟ ଭାଇ ରାକେଶ ଟିକାୟତ କହିଛନ୍ତି, ଚାକିରିକୁ ଫେରିବାର ଅର୍ଥ ଏହା ନୁହେଁ ଯେ ଆନ୍ଦୋଳନ ସମାପ୍ତ ହେଉଛି। ପହିଲମାନମାନେ ଗୃହ ମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଆମେ ମଧ୍ୟ କହିଥିଲୁ ଯେ ସରକାରଙ୍କ ସହ ଆଲୋଚନା ହେବା ଉଚିତ୍। ଏବେ ଆଲୋଚନା ଆରମ୍ଭ ହୋଇ ଯାଇଛି। ଆମେ ଏହି ବୈଠକର ପରିଣାମ ବିଷୟରେ ଅବଗତ ନାହୁଁ। ବର୍ତ୍ତମାନ ଜୁନ ୯ରେ ଜନ୍ତର ମନ୍ତରରେ କାର୍ଯ୍ୟକ୍ରମ ସ୍ଥଗିତ କରୁଛୁ ଯେ ପର୍ଯ୍ୟନ୍ତ କୁସ୍ତିଯୋଦ୍ଧାମାନେ ନୂତନ ତାରିଖ ନ ଦେଇଛନ୍ତି।