Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରପତିଙ୍କୁ ମିଳିଲା ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଦ୍ୱିପାକ୍ଷିକ ସମ୍ପର୍କ ଉପରେ ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସଂନ୍ତୋଖେ ରାଷ୍ଟ୍ରପତି ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗୃହମନ୍ତ୍ରଣାଳୟ ପକ୍ଷରୁ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଭାରତ ଏବଂ ସୁରିନାମ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅତ୍ୟନ୍ତ ମଜବୁତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ମୁର୍ମୁ ତାଙ୍କ ସମାରୋହରେ କହିଛନ୍ତି ଯେ ତାଙ୍କୁ ଦେଶର ସବୁଠାରୁ ବଡ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି କାରଣରୁ ସେ ଖୁସିବ୍ୟକ୍ତ ମଧ୍ୟ କରିଛନ୍ତି। କେବଳ ମୁଁ ନୁହେଁ ୧୪୦ କୋଟି ଭାରତୀୟ ଏହି ସମ୍ମାନ ପାଇଁ ଗର୍ବିତ ଅନୁଭବ କରୁଛନ୍ତି। ସେ ଏହି ସମ୍ମାନର ଶ୍ରେୟ ସେ ଇଣ୍ଡୋ-ସୁରିନାମ ସମ୍ପ୍ରଦାୟର ଲୋକଙ୍କୁ ଦେଇଛନ୍ତି ଏବଂ କହିଛନ୍ତି ଯେ ସେମାନଙ୍କ ହେତୁ ଆମର ସମ୍ପର୍କ ମଜବୁତ ହୋଇଛି।

ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପାଇଁ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍ କରିଛନ୍ତି ଯେ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ ଅର୍ଡର ଅଫ୍ ୟେଲୋ ଷ୍ଟାର ପୁରସ୍କାର ପାଇଥିବାରୁ ରାଷ୍ଟ୍ରପତିଙ୍କୁ ଅନେକ ଅନେକ ଅଭିନନ୍ଦନ। ସୁରିନାମ ସରକାର ଏବଂ ଏହାର ଲୋକମାନଙ୍କ ଦ୍ୱାରା ଏହି ବିଶେଷ ସମ୍ମାନ ଦୁଇ ଦେଶ ମଧ୍ୟରେ ସ୍ଥାୟୀ ବନ୍ଧୁତ୍ୱର ପ୍ରତୀକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ