Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ

ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ
ପାରଳାଖେମୁଣ୍ଡି:୫/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଜିଲ୍ଲା ପ୍ରଶାସନରେ ନବସୃଜନ ଏବଂ ଉନ୍ନତ ଶିକ୍ଷାଭ୍ୟାସ ଗୁଡ଼ିକ ପାଇଁ ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ ଜାତୀୟ ସ୍ତରରେ ନୂଆଦିଲ୍ଲୀ ଠାରେ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ୨୦୨୪-୨୫ ପାଇଁ ସମ୍ମାନୀତ ହୋଇଛନ୍ତି ।ନୂଆଦିଲ୍ଲୀ ଠାରେ ବିଶ୍ୱବିଦ୍ୟାଳୟ ଭାବେ ବିବେଚିତ “ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ” ପକ୍ଷରୁ ଅନୁଷ୍ଠିତ ଏକ ଏୱାର୍ଡ ପ୍ରଦାନ ସମାରୋହରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁଙ୍କୁ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ତାଙ୍କର ନବସ୍ରୁଜନ ଏବଂ ଭଲ ଶିକ୍ଷା ପାରିଦର୍ଶିତାର ଅଭ୍ୟାସ ଗୁଡ଼ିକର ଭୂମିକାକୁ ସ୍ୱୀକୃତି ପ୍ରଦାନ ପୂର୍ବକ ତାଙ୍କୁ ସମ୍ମାନିତ କରାଯିବା ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ(ନିପା) ପକ୍ଷରୁ ଆୟୋଜିତ ଏହି ସମାରୋହରେ “ନିପା”ର କୁଳପତି ପ୍ରଫେସର ଶଶୀକଳା ଓ୍ୱାଞ୍ଜାରୀ ଏବଂ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ବିନିତା ଶିରୋହୀ’ଙ୍କ ସହ ଅନ୍ୟମାନଙ୍କ ଗହଣରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ସାହୁ’ଙ୍କୁ ଏହି ବିରଳ ସମ୍ମାନ ପ୍ରଦାନ ଗତ ୩ ସେପ୍ଟେମ୍ବର ୨୦୨୬ ରେ ନୂଆଦିଲ୍ଲୀ ଠାରେ ପ୍ରଦାନ କରାଯାଇଛି ।ଗଜପତି ଜିଲ୍ଲାରେ ଡ଼ଃ ସାହୁ ଗତ ୨ ବର୍ଷ ମଧ୍ୟରେ ଗଜପତି ଜିଲ୍ଲାରେ ଜିଲ୍ଲା ଶିକ୍ଷାଧିକାରୀ ଭାବେ ଦାୟିତ୍ୱ ଭାର ନେବାଠୁ ଗଜପତି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ଅଭୂତପୂର୍ବ ପରିବର୍ତ୍ତନ ଆଣି ରାଜ୍ଯସ୍ତରରେ ଗଜପତି ଜିଲ୍ଲାକୁ ସର୍ବଶ୍ରେଷ୍ଠ ସ୍ଥାନ ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଏହାଛଡା ପ୍ରୟାସ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ଦଳଗତ କାର୍ଯ୍ୟକ୍ରମ ଦ୍ୱାରା ସମଗ୍ର ଜିଲ୍ଲାରେ ଶିକ୍ଷାରେ ଏକ ନୂତନ ପରିବେଶ ସ୍ରୁଷ୍ଟି କରିବାରେ ତାଙ୍କର ଅହଂ ଭୂମିକା ସମ୍ପାଦନ କରିଛନ୍ତି। ଯାହାଦ୍ୱାରା ସେ ଜାତୀୟ ସ୍ତରରେ ପ୍ରଶଂସିତ ହେବାସହ ଜିଲ୍ଲାର ଗୌରବ ଓ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖି ପାରିଛନ୍ତି। ତାଙ୍କର ଏହି ବିରଳ ସମ୍ମାନ ପାଇଁ ଗଜପତି ଜିଲ୍ଲାର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ,ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଗଣ ଡ.ସାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories