Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଦିଲ୍ଲୀ ଯାଇପାରନ୍ତି କୁସ୍ତିଯୋଦ୍ଧା; ଆଲୋଚନା ପାଇଁ ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ଅଭିଯୋଗରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଗିରଫ ଦାବି କରୁଥିବା ରେସଲରଙ୍କ ସହ ଅଧିକ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଥିବା ଜଣାପଡ଼ିଛି।

ତେବେ ସୂଚନା ଅନୁଯାୟୀ ଆଜି ଦିଲ୍ଲୀ ଯାଇପାରନ୍ତି କୁସ୍ତିଯୋଦ୍ଧା। ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏକ ମାସରୁ ଅଧିକ ସମୟ ଧରି ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧା ମାମଲାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମଙ୍ଗଳବାର ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ପୁଣି ଥରେ ଆଲୋଚନା ପାଇଁ ଡକାଯାଇଛି। ଏହାପୂର୍ବରୁ ଜୁନ୍ ୨ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବ୍ରିଜ ଭୂଷଣଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧା ମାନେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ଏହି ପ୍ରସଙ୍ଗରେ ଦିଲ୍ଲୀର ପୋଲିସ୍ ଷ୍ଟେସନରେ ଦୁଇଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିବା ସୂଚନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ