Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪୩ ଯାତ୍ରୀ ମୃତ, ୮୮ ଜଣଙ୍କ ମିଳୁନି ପତ୍ତା, ନିଖୋଜ ଯାତ୍ରୀ ଗଲେ କୁଆଡେ?; ବିହାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ 

ବାଲେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଛାତିଥରା ଦୃଶ୍ୟ ଏବେ ବି ମନରୁ ଲିଭିିିନି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚାନ ମିଳିଛି। ଏହାସହ ଆହତଙ୍କ ସଂଖ୍ୟା ମଧ୍ୟ ୧୧୦୦ରୁ ଅଧିକ ରହିଛି। ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି। ମୃତକଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଯାତ୍ରୀ ଅଧିକ ରହିଥିବା ସୂଚନା ମିଳିଛି। ଅନେକ ଆହତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗୁରୁତର ଆହତଙ୍କ ଚିକିତ୍ସା ଏବେ ମଧ୍ୟ ଜାରି ରହିଛି ।

ତେବେ ବିହାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବିହାରର ୪୩ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ସେହିଭଳି ୪୪ ଜଣ ଆହତ ହୋଇଛନ୍ତି । ଏହାସହ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଏବେ ମଧ୍ୟ ୮୮ ଜଣ ଯାତ୍ରୀ ନିଖୋଜ ଅଛନ୍ତି। ଗତକାଲି ଓଡ଼ିଶା ଆସି ଆହତଙ୍କୁ ଭେଟିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ସମୟରେ ସେ କହିଥିଲେ ଯେ, ତାଙ୍କ ରାଜ୍ୟର ୩୧ ଜଣ ଯାତ୍ରୀଙ୍କର ପତ୍ତା ମିଳୁନି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ