Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେପାଳ ଏବଂ ପାକିସ୍ତାନ ପରେ ଏବେ ଅଖଣ୍ଡ ଭାରତର ନକ୍ସା ଉପରେ ଆପତ୍ତି ଉଠାଇଲା ବାଂଲାଦେଶ

ନୂଆଦିଲ୍ଲୀ: ଭାରତର ନୂତନ ସଂସଦ ଭବନରେ ଅଙ୍କିତ ଚିତ୍ର ଉପରେ ଅନେକ ଦେଶ ଆପତ୍ତି ପ୍ରକାଶ କରି ସାରିଲେଣି। ଏବେ ଏଥିରେ ସାମିଲ୍ ହୋଇ ଯାଇଛି ବାଂଲାଦେଶ। ଏହି ପ୍ରସଙ୍ଗରେ ବାଂଲାଦେଶ ନିଜର ଅସନ୍ତୋଷ ବ୍ୟକ୍ତ କରି ଭାରତ ସରକାରଙ୍କଠୁ ଜବାବ ମାଗିବାକୁ ଚାହୁଁଛି। ଏହା ପୂର୍ବରୁ ପାକିସ୍ତାନ ଏବଂ ନେପାଳ ମଧ୍ୟ ଚିତ୍ର ଉପରେ ପ୍ରଶ୍ନ ଉଠାଇଥିଲେ। ଭାରତ ନୂତନ ସଂସଦ ଭବନରେ ଅଙ୍କିତ ଅଖଣ୍ଡ ଭାରତ ଚିତ୍ରକୁ ନେଇ ନେପାଳ ପଡ଼ୋଶୀ ଦେଶ ସହ ବିବାଦ ହେବାର ଚେତାବନୀ ଦେଇଥିଲା।

ସୋମବାର ଢାକାରେ ବାଂଲାଦେଶର ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ସହରୟାର ଆଲମ କହିଛନ୍ତି, ଚିତ୍ରର ରାଜନୈତିକ ସହ କୌଣସି ସଂପର୍କ ନାହିଁ। କିନ୍ତୁ ନୂଆଦିଲ୍ଲୀରେ ବାଂଲାଦେଶର ଉଚ୍ଚାୟୋଗକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା କରିବା ଏବଂ ସ୍ପଷ୍ଟୀକରଣ ମାଗିବାକୁ ସେ କହିଛନ୍ତି। ଅନ୍ୟପଟେ ଭାରତ ସରକାର ଏହି ଚିତ୍ର ଅଶୋକ ସାମ୍ରାଜ୍ୟ ବେଳର ହୋଇଥିବା କହିଛନ୍ତି।

ଆଲମ କହିଛନ୍ତି, ଏହା ପରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଆମେ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟ ଏବଂ ସ୍ପଷ୍ଟୀକରଣ ଜାଣିବାକୁ ଚାହୁଁଛୁ। ଅଦ୍ୟାବଧି ଭାରତ ଏବଂ ବାଂଲାଦେଶ ଉଚ୍ଚାୟୋଗ ପକ୍ଷରୁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ। ତଥାପି ବାଂଲାଦେଶ ଏହି ପ୍ରସଙ୍ଗରେ ଭାରତୀୟ ଅଧିକାରୀଙ୍କ ସାମ୍ନାରେ ଉଠାଇପାରେ।

ସଂସଦ ଭବନରେ ଅଙ୍କିତ ଚିତ୍ରରେ ଲୁମ୍ବିନି, କପିଳାବାସ୍ତୁ ଏବଂ ଏମିତି ଐତିହାସିକ ସ୍ଥାନକୁ ପ୍ରଦର୍ଶିତ କରାଯାଇଛି, ଯାହା ଏବେ ପାକିସ୍ତାନରେ ରହିଛି। ଏହା ପୂର୍ବରୁ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁରାମ ଭଟ୍ଟାରାଇ ଭାରତର ନୂତନ ସଂସଦରେ ପ୍ରସ୍ତୁତ ଅଖଣ୍ଡ ଭାରତର ଚିତ୍ର ଉପରେ ଆପତ୍ତି ଉଠାଇ ସାରିଛନ୍ତି। ସେ କହିଥିଲେ, ପୂର୍ବରୁ ଭରସାର ଅଭାବ କାରଣରୁ ଭାରତ ସହ ଦ୍ଵିପାକ୍ଷିକ ସଂପର୍କ ପ୍ରଭାବିତ ହୋଇଥିବା ବେଳେ ଏବେ ଏହି ପ୍ରସଙ୍ଗ ସଂପର୍କକୁ ଆହୁରି ଖରାପ କରିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ