Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରୀଡାମନ୍ତ୍ରୀଙ୍କୁ ଭେଟିଲେ କୁସ୍ତିଯୋଦ୍ଧା; ରଖିଲେ ୫ ଦାବି

ନୂଆଦିଲ୍ଲୀ: ଅନେକ ଦିନ ଧରି ଭାରତୀୟ କୁସ୍ତିସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି ମହିଳା ରେସଲର। ବ୍ରିଜ ଭୂଷଣଙ୍କ ଗିରଫ ଦାବିରେ ଧାରଣାରେ ବସିରହିଛନ୍ତି ମହିଳା କୁସ୍ତିଯୋଦ୍ଧା । ତେବେ ଆଜି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ସାକ୍ଷୀମଲ୍ଲିକ କ୍ରୀଡମନ୍ତ୍ରୀ ଅନୁରାଗ ଠାକୁର ଙ୍କୁ ଭେଟିଥିବା ଜଣାପଡ଼ିଛି ।

କ୍ରୀଡାମନ୍ତ୍ରୀଙ୍କୁ ଭେଟି ତାଙ୍କ ସମ୍ମୁଖରେ ୫ଟି ଦାବି ରଖିଛନ୍ତି ରେସଲର । ଏହି ୫ଟି ଦାବି ହେଲା ଭାରତୀୟ କୁସ୍ତିସଂଘ ପାଇଁ ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ କରାଯାଉ। ଭାରତୀୟ କୁସ୍ତିସଂଘର ଅଧ୍ୟକ୍ଷ ଭାବେ ଜଣେ ମହିଳାଙ୍କୁ ଚୟନ କରାଯାଉ। ବ୍ରିଜଭୂଷଣ କିମ୍ବା ତାଙ୍କ ପରିବାରର କାହାକୁ ସଂଘରେ ଭାଗନେବାକୁ ସୁଯୋଗ ଦିଆନଯାଉ। ଏପ୍ରିଲ ୨୮ ତାରିଖରେ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାଙ୍କ ବିରୋଧରେ ଯେଉଁ ମାମଲା ରୁଜୁ କରାଯାଇଛି ତାହାକୁ ପ୍ରତ୍ୟାହାର କରାଯାଉ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ