Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଓ ପ୍ରଭାବିତ ଅଞ୍ଚଳ ଗସ୍ତରେ ଲାଞ୍ଜିଗଡ଼ ବିଧାୟକ : ଲୋକଙ୍କ ସମସ୍ୟା ଶୁଣିଲେ, ସମାଧାନ ପାଇଁ ଦେଲେ ପ୍ରତିଶୃତି

କଳାହାଣ୍ଡି: ଆଜି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ତଥା ମାଓ ପ୍ରଭାବିତ ଭୁର୍ଟିଗଡ଼ ପଞ୍ଚାୟତର ବିଭିନ୍ନ ଗାଁ ଗସ୍ତ କରିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟାଗୁଡ଼ିକ ସଂପର୍କରେ ଆଲୋଚନା କରିଛନ୍ତି ! ବିଧାୟକ ଶ୍ରୀ ଦିଶାରୀ ଭୁର୍ଟିଗଡ଼ ପଞ୍ଚାୟତର ପୁଜୁଗୁଡ଼ା, ଭୁର୍ଟିଗଡ଼, ଶିରିଗାଁ, କଟୋଡ଼ି, ପାଲକୀ, ମହିନାଲ୍, କାଦୋମସ୍କା ଓ କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ମେର୍ଡିକୁପା ଆଦି ବିଭିନ୍ନ ଗାଁ ଗସ୍ତ କରିବା ସହିତ ସ୍ଥାନୀୟ ସମସ୍ୟାଗୁଡ଼ିକ ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ବିଧାୟକଙ୍କୁ ପାଖରେ ପାଇ ଲୋକେ ନିଜ ଅଞ୍ଚଳର ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ୍ ସେବା, ମୋବାଇଲ୍ ଟାୱାର ସଂପର୍କରେ ଅଭିଯୋଗ କରିଥିଲେ ! ଆଜି ବିଧାୟକ ଶ୍ରୀ ଦିଶାରୀଙ୍କ ସହିତ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ବିଜେଡି ୧ ନମ୍ବର ଜୋନ୍ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବିଜେଡି ନେତା ଜଗଦୀଶ ବେନିଆଁ, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ଯୁବନେତା ହିମାଦ୍ରୀ ପେସନିଆ, ବରିଷ୍ଠ ବିଜେଡ଼ି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ପ୍ରସନ୍ନ ପରିଡ଼ା, ଟଙ୍କଧର ମାଝୀ, ସରୋଜ ପ୍ରଧାନ, ଅଜିତ ପ୍ରଧାନ, ସରୋଜ ପ୍ରଧାନଙ୍କ ସମେତ ବହୁ ସଂଖ୍ୟକ ବିଜେଡି ନେତା ଓ କର୍ମୀ ଏଇ ଗସ୍ତରେ ସାମିଲ ଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ