Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶରେ ବଢିବ ଏମବିବିଏସ ସିଟ୍ ସଂଖ୍ୟା; ତିଆରି ହେବ ୫୦ଟି ନୂଆ ମେଡିକା‌ଲ କଲେଜ

ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ମେଡିକାଲ କଲେଜ ଏବଂ ଏମବିବିଏସର ସିଟ୍‌ ବୃଦ୍ଧି ହେବ। ଚଳିତ ବର୍ଷ ୩୦ ଟି ସରକାରୀ ଏବଂ ୨୦ ଟି ବେସରକାରୀ କଲେଜ ସମେତ ୫୦ ଟି ନୂତନ ମେଡିକାଲ କଲେଜ ଖୋଲିବାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହା ସହିତ ପ୍ରତିଷ୍ଠିତ କଲେଜଗୁଡ଼ିକରେ ପ୍ରାୟ ୨ ହଜାର ସିଟ୍‌ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁ କାରଣରୁ ବର୍ତ୍ତମାନ ଦେଶରେ MBBS ସିଟ୍‌ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି। ବିଭିନ୍ନ ରାଜ୍ୟରେ ନୂତନ ଅନୁମୋଦିତ ମେଡିକାଲ କଲେଜ ନିର୍ମାଣ କରାଯିବ।

ରିପୋର୍ଟ ଅନୁଯାୟୀ ତେଲେଙ୍ଗାନାରେ ୧୩ ଟି, ଆନ୍ଧ୍ରପ୍ରଦେଶ ଏବଂ ରାଜସ୍ଥାନରେ ପାଞ୍ଚଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଏହା ବ୍ୟତୀତ ମହାରାଷ୍ଟ୍ରରେ ଚାରୋଟି, ଏବଂ ଆସାମ, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ ଏବଂ ତାମିଲନାଡୁରେ ତିନୋଟି ନୂତନ ମେଡିକାଲ କଲେଜ ପାଇଁ ଅନୁମୋଦନ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗ, ଓଡିଶା, ଜାମ୍ମୁ କାଶ୍ମୀର ପାଇଁ ଦୁଇଟି କଲେଜ ଏବଂ ୟୁପି, ମଧ୍ୟପ୍ରଦେଶ ଏବଂ ନାଗାଲାଣ୍ଡ ପାଇଁ ଦୁଇଟି କଲେଜକୁ ଅନୁମୋଦନ କରାଯାଇଛି।

ଉଲ୍ଲେଖ ଥାଉ କି, ଏହି କଲେଜଗୁଡ଼ିକ ଖୋଲିବା ସହିତ ଦେଶରେ ୟୁଜି ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ପାଇବ। ଭାରତରେ ମେଡିକାଲ ସିଟ୍ ୧ ଲକ୍ଷ ୭ ହଜାର ୬୫୮ ହେବ। ୮୧୯୫ ଟି ସିଟ୍ ବୃଦ୍ଧି ହେବ। ବର୍ତ୍ତମାନ ଭାରତରେ ସମୁଦାୟ ୭୦୨ଟି ମେଡିକାଲ କଲେଜ ଅଛି।

ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ କହିଛନ୍ତି ଯେ “ଦେଶରେ ଡାକ୍ତରଙ୍କ ଚାହିଦାକୁ ପୂରଣ କରିବା ପାଇଁ ସରକାର ଏମବିବିଏସ ଆସନ ବୃଦ୍ଧି ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଏହାଦ୍ବାରା ଡାକ୍ତରୀ ଶିକ୍ଷା ପାଇଁ ଇଚ୍ଛା କରୁଥିବା ପିଲାମାନଙ୍କୁ ବିଦେଶ ଯିବାକୁ ପଡିବ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ