Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ ମୋଦୀଙ୍କ ବିରୋଧରେ ହେଟ୍ ସ୍ପିଚରେ ସାମିଲ୍ ନଥିଲେ ରେସଲର, ଦିଲ୍ଲୀ ପୋଲିସ ଦେଲା କ୍ଲିନ ଚିଟ୍

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଦିଆଯାଇଥିବା ଆପତ୍ତିଜନକ ନାରା ମାମଲାରେ ଦିଲ୍ଲୀ ପୋଲିସ ଅଦାଲତରେ ରିପୋର୍ଟ ଦାଖଲ କରିଛି। ପୋଲିସ କହିଛି ମାମଲାରେ ପହିଲମାନଙ୍କ ବିରୋଧରେ କୌଣସି ପ୍ରକାରର ଅପରାଧ କିମ୍ବା ମାମଲା ରୁଜୁ କରାଯାଇ ପାରିବ ନାହିଁ। ଅଭିଯୋଗକାରୀମାନେ ଭିଡ଼ିଓ କ୍ଲିପ ସହିତ ଯେଉଁ ସାମଗ୍ରୀ ଦେଇଛନ୍ତି ତାକୁ ଆଧାର କରି କୁସ୍ତିଯୋଦ୍ଧାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇ ପାରିବ ନାହିଁ। ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ୍ ଏବଂ ଅନ୍ୟ କୁସ୍ତିଯୋଦ୍ଧାମାନେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ନାରାବଜି ଦେଇନଥିବା ଭିଡିଓ କ୍ଲିପରେ ମଧ୍ୟ ଦେଖିବାକୁ ମିଳିଛି।

ଦିଲ୍ଲୀ ପୋଲିସ କହିଛି, ଭିଡିଓର ଯାଞ୍ଚ କରିବା ପରେ ଜଣା ପଡ଼ିଛି ଯେ, କିଛି ଅଜଣା ଶିଖ ପ୍ରଦର୍ଶନକାରୀ ପିଏମ ମୋଦୀଙ୍କ ବିରୋଧରେ ଆପତ୍ତିଜନଜ ନାରାବାଜି ଦେଇଥିଲେ। ହେଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ଏହି ନାରାବାଜି କରିଥିବା କନ୍ନଟ ପ୍ଲେସ୍ ଥାନାରେ ଅଭିଯୋଗ ହୋଇଥିଲା। ଏହି ଥାନାରେ ମଧ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ମାମଲା ଚାଲିଛି। ପୋଲିସ ଅଦାଲତରେ ଅନୁରୋଧ କରିଛନ୍ତି ଯେ, ଭିନେଶ ଫୋଗାଟ୍, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକଙ୍କ ବିରୋଧରେ ରୁଜୁ ଅପରାଧିକ ମାମଲା ରଦ୍ଦ କରାଯାଉ। ଅଦାଲତ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୭ ତାରିଖ ଧାର୍ଯ୍ୟ କରିଛନ୍ତି। ଦିଲ୍ଲୀ ପୋଲିସର ଏହି ରିପୋର୍ଟରେ ରେସଲରମାନଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି।

ସୂଚନାଯୋଗ୍ୟ, ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାମାନେ ନିଜ ନିଜର ଡ୍ୟୁଟିକୁ ଫେରି ଯାଇଛନ୍ତି। କିନ୍ତୁ ସେମାନେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟି ୫ଟି ଦାବି ରଖିଛନ୍ତି। ଏହି ଦାବି ପୂରଣ ହେଲେ ଯାଇ ଆନ୍ଦୋଳନ ସଂପୂର୍ଣ୍ଣ ପ୍ରତ୍ୟାହାର ହେବ ବୋଲି ରେସଲରମାନେ କହିଛନ୍ତି। ଏହା ପୂର୍ବରୁ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଜୁନ ୩ ତାରିଖରେ ଭେଟିବା ପରେ ଜୁନ ୫ରେ ଭିନେଶ ଫୋଗାଟ୍, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ନିଜର ରେଲଓ୍ଵେ ଚାକିରିରେ ଯୋଗ ଦେଇଛନ୍ତି। ସେମାନଙ୍କୁ କେନ୍ଦ୍ର ସରକାରଙ୍କଠୁ ନିର୍ଭର ପ୍ରତିଶ୍ରୁତି ମିଳିଥିବା କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ