Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୫ ପ୍ରତିଶତ ରେଜଲ୍ଟରେ ବି ଖୁସି ପୁରା ପରିବାର; ଏମିତି ମନେଇଲେ ଖୁସି

ମୁମ୍ବାଇ: ସାଧାରଣତଃ ସବୁ ଅଭିଭାବକ ନିଜ ପିଲାଙ୍କ ସଫଳତାକୁ ନେଇ ବେଶ୍‌ ଉତ୍ସାହିତ ହୋଇଥାନ୍ତି। ସବୁ ବାପା ମା ଚାହାନ୍ତି କେମିତି ନିଜ ପିଲା ପରୀକ୍ଷାରେ ଭଲ ମାର୍କ ଆଣି ଉତ୍ତୀର୍ଣ୍ଣ ହୁଅନ୍ତୁ। ହେଲେ ଏଭଳି କିଛି ପିତାମାତା ଅଛନ୍ତି ଯେଉଁମାନେ ନିଜ ପିଲାଙ୍କ କମ୍‌ ସଫଳତାରେ ବି ବେଶ୍‌ ଖୁସି ଅନୁଭବ କରନ୍ତି ଏବଂ ନିଜ ପିଲାଙ୍କ ଆତ୍ମବିଶ୍ବାସକୁ ଆହୁରି ଦୃଢ କରିଥାନ୍ତି।

ରିପୋର୍ଟ ଅନୁଯାୟୀ, ମରାଠୀ ମିଡିୟମ ସ୍କୁଲର ଛାତ୍ର ବିଶାଲ ଖରାଦ ତାଙ୍କ ଦଶମ ବୋର୍ଡ ପରୀକ୍ଷାରେ ସମସ୍ତ ବିଷୟରେ ସର୍ବନିମ୍ନ ପାସ୍ ମାର୍କ ଅର୍ଥାତ ୩୫ % ମାର୍କ ରଖି ନିଜ ପରିବାର ପାଇଁ ଗୌରବ ଅର୍ଜନ କରିଛନ୍ତି। ପରସ୍ପରକୁ ମିଠା ଖୁଆଇ ଏହି ଖୁସିକୁ ସେଲିବ୍ରେଟଖ କରିଛନ୍ତି ବିଶାଲଙ୍କ ପରିବାର। ବିଶାଲଙ୍କ ବାପା ଜଣେ ଅଟୋରିକ୍ସା ଚାଳକ। ବିଶାଲ ଦଶମ ଶ୍ରେଣୀ ଶିକ୍ଷା ବର୍ଷ ଆରମ୍ଭ କରିବା ପୂର୍ବରୁ ତାଙ୍କ ପୂରା ପରିବାର ଥାଣେର ଉଥାଲସରକୁ ସ୍ଥାନାନ୍ତର ହୋଇଥିଲେ।

ତାଙ୍କ ପରିବାର ପାଇଁ ଆର୍ଥିକ ପ୍ରତିବନ୍ଧକ ବହୁତ ବଡ ବାଧକ ଥିଲା। ତଥାପି ତାଙ୍କ ପିତା ନିରନ୍ତର ପରିଶ୍ରମ କରି ବିଶାଲଙ୍କୁ ପାଠ ପଢାଇଥିଲେ। ତେବେ ସଫଳତା ପାଇଁ ବିଶାଲଙ୍କ ପଥ ନିଶ୍ଚିତ ନୁହେଁ। ବିଭିନ୍ନ ବାଧାବିଘ୍ନକୁ ଦେଖି ସେ ବିଶାଲଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର କ୍ଷମତା ଉପରେ ସନ୍ଦେହ କରିଥିଲେ। ତଥାପି, ତାଙ୍କ ପିତାମାତାଙ୍କର ଅଦମ୍ୟ ସମର୍ଥନ ଏବଂ ଉତ୍ସାହ ଯୋଗୁ ସେ ଆଗକୁ ବଢିପାରିଲେ।

ଆଗକୁ ସେ ଆହୁରି ପରିଶ୍ରମ କରି ପାଠ ପଢିବେ ଓ ପିତାମାତାଙ୍କୁ ସହଯୋଗ କରିବେ ବୋଲି ବିଶାଲ କହିଛନ୍ତି। ଆଗକୁ ସେ ତାଙ୍କ ଶିକ୍ଷା ଜାରି ରଖିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ