Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ମହିଳା ସ୍ନାତ୍ତକ ମହାବିଦ୍ୟାଳୟରେ “ଷ୍ଟାର୍ଟ ଅପ୍” କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୭/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଶ୍ନାତ୍ତକ ମହାବିଦ୍ୟାଳୟରେ ଗଜପତି ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ଏକ ଲୋକ-ସମ୍ପର୍କ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ଏହି ଓଡ଼ିଶା ସେବା ଫାଷ୍ଟ ଇନୋଭେସନ ଚ୍ୟାଲେଞ୍ଜ ଓ:ଏସ:ଏଫ୍:ଆଇ:ସି ୨୦୨୬ ଷ୍ଟାର୍ଟ ଅପ୍ ଓଡ଼ିଶା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶିଳ୍ପ କେନ୍ଦ୍ର ସହକାରୀ ଶିଳ୍ପ ଅଧିକାରୀ ଶ୍ରୀମତୀ ଐଶ୍ଚର୍ଯ୍ୟl ଅଭିଲିପସା ଜେନା ଓ ଶ୍ରୀ ଅନମୋଲ ସେଠୀ ଯୋଗଦେଇ ଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ ଏବଂ ଏହି ପୋର୍ଟାଲ ରେ ବହୁ ସଂଖ୍ୟାରେ ପଞ୍ଜୀକରଣ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ପୋର୍ଟାଲ ମାଧ୍ୟମରେ ଉଦ୍ୟୋଗ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ନିଜ ନିଜର ମତ ରଖିବାକୁ ଉପସ୍ଥିତ ଛାତ୍ରୀ ମାନଙ୍କୁ ଅନୁପ୍ରେରିତ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ ଛାତ୍ରୀ ମାନେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶେଷ ଉପକୃତ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories