ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ଜାମିନବିହୀନ ଗିରଫ ପରୱାନା ବଳରେ ଜଣେ ଗିରଫ
ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ଜାମିନବିହୀନ ଗିରଫ ପରୱାନା ବଳରେ ଜଣେ ଗିରଫ
ପାରଳାଖେମୁଣ୍ଡି:୨୨/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ଚାଲିଥିବା ଅଗ୍ରାଧିକାର ଭିତ୍ତିକ ଜାମିନବିହୀନ ଗିରଫ ପରୱାନା (NBW) କାର୍ଯ୍ୟକାରୀ ଅଭିଯାନ କ୍ରମରେ ଆଜି ତା.୨୨.୧୦.୨୦୨୬ ରିଖରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଜଣେ ୱାରେଣ୍ଟଭୁକ୍ତ ଅଭିଯୁକ୍ତ ବିଗବସ୍ ଲିମା (୨୭), ପିତା ବାଲାରାଜୁ ଲିମା, ସାକିନ ସଞ୍ଜୟ ଗାନ୍ଧୀ କଲୋନୀ, ପାରଳାଖେମୁଣ୍ଡି, ଜିଲ୍ଲା ଗଜପତିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ପାରଳାଖେମୁଣ୍ଡି ଥାନା କେସ୍ ନଂ ୩୬୩,ତା.୧୨.୧୧.୨୦୨୩, ଦଫା୨୯୪/୩୦୭/୩୨୩/୩୪୧/୩୪୨/୩୬୪/୩୭୯/୫୦୬/୩୪ IPC ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାର S.T. କେସ୍ ନଂ ୪୨/୨୦୨୪ରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ (ସ୍ୱତନ୍ତ୍ର ଅଦାଲତ), ପାରଳାଖେମୁଣ୍ଡିଙ୍କ ଦ୍ୱାରା ତା.୦୧.୧୦.୨୦୨୬ ରିଖରେ ଗିରଫ ପରୱାନା ଜାରି କରାଯାଇଥିଲା। ଏହି ପରୱାନାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରି ପୋଲିସ ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରିବା ସହ ମାନ୍ୟବର ଅଦାଲତକୁ ଚାଲାଣ କରିଛି। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ତିନୋଟି ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ଗଜପତି ପୋଲିସ ପକ୍ଷରୁ ଫେରାର ଓ ୱାରେଣ୍ଟଭୁକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଏବଂ ବିଚାରାଧୀନ ମାମଲାଗୁଡ଼ିକରେ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ଏହିପରି ସ୍ୱତନ୍ତ୍ର ଅଭିଯାନ ଜାରି ରହିବ।

