ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ୩୭ଟି ମାମଲା; ବାଥରୁମ୍‌ରୁ ମିଳିଲା ପ୍ରମାଣ


ନୂଆଦିଲ୍ଲୀ: ଆମେରିକା ଇତିହାସରେ ପ୍ରଥମ ଘଟଣା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହୋଇଛି ୩୭ଟି ମାମଲା। ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ ହାଉସ ଛାଡିବା ବେଳେ ସାଙ୍ଗରେ ଆଣିଥିଲେ ଅନେକ ସୁରକ୍ଷା ସମ୍ପର୍କିତ ତଥ୍ୟ । ଏହାକୁ ନେଇ ତାଙ୍କ ବିରୋଧରେ ୩୭ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି। ଯଦି ଏଥିରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଟ୍ରମ୍ପଙ୍କୁ ୨୦ ବର୍ଷ ଜେଲ ଜେଲଦଣ୍ଡ ମିଳିବ। ସୂଚନା ମୁତାବକ ଡୋନାଲ୍ଡ ଟ୍ରମ୍ପଙ୍କ ବାଥରୁମରୁ ମିଳିଛି ପ୍ରମାଣ ।

ରାଷ୍ଟ୍ରପତି ପଦ ଛାଡ଼ିବା ପରେ ଗୁପ୍ତ କାଗଜପତ୍ରର ବ୍ୟବହାର ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏସବୁ କାଗଜପତ୍ର ଟ୍ରମ୍ପଙ୍କ ଘରୁ ଜବତ ହୋଇଥିଲା । ଯାହାର ଫଟୋ ଏବେ ଜାରି କରାଯାଇଛି । ବେଡରୁମଠାରୁ ଆରମ୍ଭ କରି ବାଥରୁମ୍ ଓ ଷ୍ଟୋରରୁମ ସହ ବିଭିନ୍ନ ସ୍ଥାନରୁ ଏହି ପ୍ରମାଣ ମିଳିଛି। ୨୦୨୧ରେ ହ୍ୱାଇଟ ହାଉସ ଛାଡିବା ବେଳେ ନିଜ ସହିତ ସମ୍ବେଦନଶୀଳ ଫାଇଲ ନେଇଯାଇଥିଲେ ।