Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରିଜଭୂଷଣଙ୍କ ବିରୋଧରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ ଦିଲ୍ଲୀ ପୋଲିସ, କ୍ରୀଡ଼ା ମନ୍ତ୍ରୀ ଦେଇଥିଲେ ଆଶ୍ଵାସନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା ରେସଲର ଲଗାଇଥିବା ଯୌନ ଉତ୍ପୀଡ଼ନ ମାମଲାରେ ଦିଲ୍ଲୀ ପୋଲିସ ଗୁରୁବାର ଚାର୍ଜସିଟ୍ ଦାଖଲ କରିପାରେ। ଅଧିକାରୀ ଖୋଦ୍ ଏହାର ସୂଚନା ଦେଇଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଜୁନ ୭ରେ ଅଲିମ୍ପିକ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକଙ୍କୁ ଭେଟିଥିଲେ ଏବଂ ଆନ୍ଦୋଳନ କରୁଥିବା ରେସଲରଙ୍କୁ ଜୁନ ୧୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଆଶ୍ଵାସନ ଦେଇଥିଲେ। ଏହି ଆଶ୍ଵାସନ ପରେ ରେସଲରମାନେ ନିଜ ଆନ୍ଦୋଳନ ସ୍ଥଗିତ ରଖିଥିଲେ।

ପୋଲିସର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି, ମନ୍ତ୍ରୀ ପହିଲମାନଙ୍କୁ ମାମଲାରେ ଜୁନ ୧୫ ସୁଦ୍ଧା ଅଭିଯୋଗ ଫର୍ଦ୍ଦ ଦାଖଲ କରାଯିବ ବୋଲି ଆଶ୍ଵାସନ ଦେଇଥିଲେ, ଯାହାର ଆମେ ପାଳନ କରୁଛୁ। ତଦନ୍ତ ପ୍ରକ୍ରିୟାରେ ଦିଲ୍ଲୀ ପୋଲିସ ଅନ୍ୟ ୫ ଦେଶର କୁସ୍ତି ସଂଘକୁ ଚିଠି ଲେଖି ବ୍ରିଜଭୂଷଣଙ୍କ ବିରୋଧରେ ଲାଗିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗ ସଂପର୍କିତ ସୂଚନା ମାଗିଛନ୍ତି। ଅନ୍ୟ ଦେଶରୁ ସୂଚନା ମିଳିବା ପରେ ପୁଣି ଥରେ ପୂରକ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯିବ।

ଅଧିକାରୀ କହିଛନ୍ତି, ଟୁର୍ଣ୍ଣାମେଣ୍ଟର ଫଟୋ ଏବଂ ଭିଡ଼ିଓ, ମ୍ୟାଚ୍ ସମୟରେ ପହିଲମାନ କେଉଁଠି ରହିଥିଲେ, ସେହି ଜାଗାର ସିସିଟିଭି ଫୁଟେଜ୍ ଆଦି ଉପଲବ୍ଧ କରାଇବାକୁ ଅନୁରୋଧ କରି ନୋଟିସ୍ ଜାରି କରାଯାଇଛି। ସ୍ଵତନ୍ତ୍ର ତଦନ୍ତକାରୀ ଦଳ ୧୮୦ରୁ ଅଧିକ ଲୋକଙ୍କୁ ପଚରା ଉଚୁରା କରି ସାରିଛି। ପୋଲିସ ଟିମ୍ ଉତ୍ତର ପ୍ରଦେଶର ଗୋଣ୍ଡା ସ୍ଥିତ ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବାସଭବନକୁ ଯାଇ ସେଠାରେ ସାଂସଦଙ୍କ ସଂପର୍କୀୟ, ସହକର୍ମୀ, ଘରୋଇ କର୍ମଚାରୀଙ୍କ ବୟାନ ରେକର୍ଡ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ