Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋକ୍ସା ମାମଲାରେ ବ୍ରିଜଭୂଷଣଙ୍କୁ ଦିଲ୍ଲୀ ପୋଲିସର କ୍ଲିନ ଚିଟ୍, ଦାଖଲ କଲା ୧୦୦୦ ପୃଷ୍ଠାର ଚାର୍ଜସିଟ୍

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କୁ ବଡ଼ ଆଶ୍ଵସ୍ତି। ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାଙ୍କ ଲଗାଯାଇଥିବା ଯୌନ ଉତ୍ପୀଡ଼ନ ମାମଲାରେ ଦିଲ୍ଲୀ ପୋଲିସ ଆଜି ରାଉଜ ଏଭେନ୍ୟୁ କୋର୍ଟରେ ୧୦୦୦ରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଅପର ମୁଖ୍ୟ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଦାଖଲ ଚାର୍ଜସିଟରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ଏଫଆଇଆର ରୁଜୁ ହୋଇଛି। ଏଥିରୁ ଗୋଟିଏ ମାମଲା ପୋକ୍ସୋ ଆକ୍ଟରେ ରୁଜୁ ହୋଇଛି।

ପୋକ୍ସୋ ମାମଲାରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କୁ କ୍ଲିନ ଚିଟ୍ ଦେଇଛି। ନାବାଳିକା ମାମଲାରେ ପୋଲିସ ପଟିଆଲା ହାଉସ କୋର୍ଟରେ ୫୫୦ରୁ ଅଧିକ ପୃଷ୍ଠାର ରିପୋର୍ଟ ଦାଖଲ କରିଛି। ଏଥିରେ ବ୍ରିଜଭୂଷଣଙ୍କ ବିରୋଧରେ ନାବାଳିକା ଲଗାଇଥିବା ଅଭିଯୋଗର କୌଣସି ପ୍ରମାଣ ମିଳି ନ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଚାର୍ଜସିଟରେ ନାବାଳିକା ରେସଲର ଏବଂ ତାଙ୍କ ପିତାଙ୍କ ବୟାନ ମଧ୍ୟ ଉଲ୍ଲେଖ ରହିଛି। ଅଦାଲତ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ ତାରିଖ ନିର୍ଦ୍ଧାରିତ କରିଛନ୍ତି।

ଦିଲ୍ଲୀ ପୋଲିସ ଚାର୍ଜସିଟରେ ପୋକ୍ସୋ ଆକ୍ଟ ହଟାଇବାକୁ ଅପିଲ୍ କରିଛି ଏବଂ ଏ ସଂପର୍କିତ କେସକୁ ଖାରଜ କରିବାକୁ ଦାବି କରିଛି। ହେଲେ ଅଦାଲତ ଏହା ଉପରେ କୌଣସି ନିଷ୍ପତ୍ତି ଦେଇ ନାହାନ୍ତି। ଜନୈକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ପୋଲିସ ପକ୍ଷରୁ ୫୫୨ ପୃଷ୍ଠାର ରିପୋର୍ଟ ଦାଖଲ କରାଯାଇଛି। ମାଜିଷ୍ଟ୍ରେଟଙ୍କ ସାମ୍ନାରେ ସିଆରପିସିର ଧାରା ୧୬୪ ଆଧାରରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଏହା ପରେ ଯାଇ ଏହି ରିପୋର୍ଟ ଦାଖଲ କରାଯାଇଛି। ତେବେ ତଦନ୍ତରେ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କୌଣସି ପ୍ରକାରର ପ୍ରମାଣ କିମ୍ବା ଡିଜିଟାଲ୍ ପ୍ରମାଣ ମିଳିନାହିଁ। ହେଲେ ମାମଲାରେ ଅଦାଲତକୁ ଅନ୍ତିମ ନିଷ୍ପତ୍ତି ନେବାର ଅଛି।

କୁହାଯାଉଛି ଦିଲ୍ଲୀ ପୋଲିସର ଏହି ଆବେଦନ ପରେ ବ୍ରୁଜଭୂଷଣଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି। ସବୁଠୁ ବଡ଼ କଥା ଜୁଲାଇ ୬ରେ ଡବ୍ଲ୍ୟୁଏଫଆଇର ନିର୍ବାଚନ ହେବାକୁ ଯାଉଛି। ଦିଲ୍ଲୀ ପୋଲିସର କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ ପରେ ଏବେ ଦେଖିବାକୁ ବାକି ରହିଲା ଯେ, ବ୍ରିଜଭୂଷଣଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ପହିଲମାନଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ