Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆହୁରି ଭୟଙ୍କର ହେଲା ବିପର୍ଯ୍ୟୟ, ପ୍ରଭାବରେ ୮ ରାଜ୍ୟରେ ହେବ ପ୍ରବଳ ବର୍ଷା- ଆଇଏମଡି

ନୂଆଦିଲ୍ଲୀ: ଭୟଙ୍କର ରୂପ ଧରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ବିପର୍ଯ୍ୟୟ। ଆଜି ସନ୍ଧ୍ୟାରେ ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଗୁଜରାଟର କଚ୍ଛ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୫ରୁ ୧୨୫ କିଲୋମିଟର ବହିବ ବୋଲି କୁହାଯାଉଥିଲା, ଯାହା ଏବେ ବଢି ୧୪୦ କିଲୋମିଟର ହୋଇଛି। ବାତ୍ୟା ବିପର୍ଯ୍ୟୟ ଗୁଜରାଟ କୂଳରୁ ୨୦୦ କିଲୋମିଟର ଦୂରରେ ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ଭୀଷଣରୁ ଅତି ଭୀଷଣ ବର୍ଷା ହେବାର ଆଶଙ୍କା କରାଯାଉଛି। ସ୍ଥିତିକୁ ଦୃଷ୍ଟିରେ ରଖି ୭୪ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେଘାଳୟରେ ଜୁନ ୧୫ ଏବଂ ଜୁନ ୧୬ରୁ ବର୍ଷା ହୋଇପାରେ। ଏହା ବ୍ୟତୀତ ପଶ୍ଚିମବଙ୍ଗ ଏବଂ ସିକ୍କିମ ସହିତ ଆଣ୍ଡମାନ ଏବଂ ନିକୋବର ଦ୍ଵୀପ ପୁଞ୍ଜରେ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ। ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଜୁନ ୧୫ରେ ତୁଷାରପାତ ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ରାଜସ୍ଥାନର କିଛି ଅଞ୍ଚଳରେ ଜୁନ ୧୬ ଏବଂ ୧୭ରେ ରହି ରହି ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଅନ୍ୟ ରାଜ୍ୟର ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ବିହାର, ଉତ୍ତର ପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ର ପ୍ରଦେଶରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲୁ ସ୍ଥିତି ଜାରି ରହିବ। ଆଗାମୀ ୫ ଦିନ ବାତ୍ୟା କାରଣରୁ ଗୁଜରାଟରେ ୫-୬ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ। ଉତ୍ତର ପ୍ରଦେଶକୁ ବାଦ୍ ଦେଲେ ଉତ୍ତର-ପଶ୍ଚିମ ଭାରତରେ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ