Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥମୁନି ମଣିପୁର ହିଂସା; କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃତ

ଇମ୍ଫାଲ: ଥମିବାର ନାଁ ନେଉନି ମଣିପୁର ହିଂସା। ମଣିପୁରରେ ଏକ ମାସରୁ ଅଧିକ ସମୟ ଧରି ହିଂସା ଜାରି ରହିଛି। ଗତକାଲି ରାତିରେ ରାଜଧାନୀ ଇମ୍ଫାଲରେ କେନ୍ଦ୍ର ମନ୍ତ୍ରୀ ଆରକେ ରଞ୍ଜନ ସିଂଙ୍କ ଘରେ ନିଆଁ ଲଗାଇଦେଇଛନ୍ତି ଉଗ୍ରବାଦୀ। ତେବେ ଘଟଣା ସମୟରେ କେନ୍ଦ୍ର ମନ୍ତ୍ରୀ ଘରେ ନଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉତ୍ତେଜନା ବଢିଯିବାରୁ ସୁରକ୍ଷା ବାହିନୀ ଲୁହବୁହା ଗ୍ୟାସ ଛାଡିଥିଲେ। ଏହାପୂର୍ବରୁ ଜୁନ୍ ୧୪ ରେ ଦୁର୍ବୃତମାନେ ଇମ୍ଫାଲର ଲ୍ୟାମ୍ପେଲ ଅଞ୍ଚଳରେ ମହିଳା ମନ୍ତ୍ରୀ ନେମଚା କିପଜେନଙ୍କ ସରକାରୀ ବାସଭବନରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।

ସୂଚନା ଅନୁଯାୟୀ ଜୁନ୍ ୧୩ ରେ ମଧ୍ୟ ଉଗ୍ରବାଦୀଙ୍କ ଦ୍ୱାରା ହଠାତ୍ ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଥିଲେ। ଏହି ସମୟରେ ମଣିପୁରର ଅବସ୍ଥା ଅତ୍ୟନ୍ତ ଉତ୍ତେଜନାମୁଳକ ରହିଛି। ରାଜ୍ୟର ୧୬ ଟି ଜିଲ୍ଲା ମଧ୍ୟରୁ ୧୧ ଟି ଜିଲ୍ଲାରେରେ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି।

ସୂଚନା ଅନୁଯାୟୀ ମଣିପୁରର ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସାରେ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୧୦ ଜଣ ଆହତ ହୋଇଛନ୍ତି। ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସେନା ଏବଂ ସାମରିକ କର୍ମଚାରୀଙ୍କ ଉଦ୍ୟମ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ