Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରେନରେ ଯଦି ନିଜ ସାମାନର ରକ୍ଷା କରି ପାରିବ ନାହିଁ ତେବେ ରେଲଓ୍ଵେ ଦାୟୀ ନୁହେଁ, ସୁପ୍ରିମକୋର୍ଟଙ୍କ ରୋକ୍ ଠୋକ୍ ଜବାବ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଟ୍ରେନରେ ଚୋରି ଘଟଣାକୁ ନେଇ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଅଦାଲତ କହିଛନ୍ତି, ଜଣେ ଯାତ୍ରୀଙ୍କ ଜିନିଷ ଚୋରି ହେବାର ଅର୍ଥ ଏହା ନୁହେଁ ଯେ, ରେଲଓ୍ଵେର ସେବାରେ କୌଣସି ତ୍ରୁଟି ରହିଛି। ବିଚାରପତି ବିକ୍ରମ ନାଥ ଏବଂ ବିଚାରପତି ଅହସାନୁଦ୍ଦୀନ ଅମାନୁଲ୍ଲାଙ୍କ ପୀଠ ଉପଭୋକ୍ତା ଫୋରମ ଦ୍ଵାରା ପାରିତ ଏକ ଆଦେଶକୁ ରଦ୍ଦ କରି ରେଲଓ୍ଵେକୁ ବଡ଼ ଆଶ୍ଵସ୍ତି ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ପୀଠ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ(ଏନସିଡିଆରସି)ର ସେହି ଆଦେଶକୁ ରଦ୍ଦ କରିଛନ୍ତି, ଯେଉଁଥିରେ ରେଲଓ୍ଵେକୁ ଜଣେ ବ୍ୟବସାୟୀଙ୍କୁ ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୁପ୍ରିମକୋର୍ଟ କହିଛନ୍ତି, ଟ୍ରେନରେ ଯାତ୍ରା ସମୟରେ କୌଣସି ଯାତ୍ରୀଙ୍କ ଜିନିଷ ଚୋରି ହେବାର ଅର୍ଥ ଏହା ନୁହେଁ ଯେ ରେଲଓ୍ଵେର ସେବାରେ କୌଣସି ଅଭାବ କିମ୍ବା ତ୍ରୁଟି ରହିଛି। ଯଦି ଯାତ୍ରୀ ନିଜର ସାମାନ ସୁରକ୍ଷା ନିଜେ ପାରିବେ ନାହିଁ ତେବେ ସାର୍ବଜନୀନ ପରିବହନକାରୀଙ୍କୁ ଦାୟୀ କରାଯାଇ ପାରିବ ନାହିଁ।

ବ୍ୟବସାୟୀ ଜିଲ୍ଲା ଉପଭୋକ୍ତା ମଞ୍ଚରେ ଦାବି କରିଥିଲେ ଯେ, ଟ୍ରେନରେ ଯାତ୍ରା ସମୟରେ ତାଙ୍କ ରୁମରେ ବନ୍ଧା ବେଲଟରେ ରଖିଥିବା ଏକ ଲକ୍ଷ ଟଙ୍କା ହଜି ଯାଇଛି। ସେ ତାଙ୍କର କ୍ଷତି ପାଇଁ ରେଲଓ୍ଵେକୁ ଦାୟୀ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ପୀଠ କହିଛନ୍ତି, ଏହା ଆମେ ବୁଝି ପାରୁନୁ ଯେ, ଯେ ଚୋରି ପାଇଁ କିଭଳି ରେଲଓ୍ଵେ ସେବାରେ ତ୍ରୁଟି ଥିବା କୁହାଯାଇ ପାରିବ। ଯଦି ଯାତ୍ରୀ ନିଜର ସାମାନକୁ ସୁରକ୍ଷା ଦେଇ ପାରିବେ ନାହିଁ ତେବେ ରେଲଓ୍ଵେକୁ କେମିତି ଦାୟୀ କରାଯାଇ ପାରିବ।

ସୂଚନାଯୋଗ୍ୟ, ଭୋଲା ନାମକ ଜଣେ ବ୍ୟକ୍ତି ୨୦୦୫ ଏପ୍ରିଲ ୨୭ରେ କାଶୀ ବିଶ୍ଵନାଥ ଏକ୍ସପ୍ରେସର ସଂରକ୍ଷତି ବର୍ଥରେ ନୂଆଦିଲ୍ଲୀ ଯାତ୍ରା କରୁଥିଲେ। ଭୋଲା କହିଛନ୍ତି ସେ ରୁମରେ ବନ୍ଧା ହୋଇଥିବା ବେଲ୍ଟରେ ୧ ଲକ୍ଷ ଟଙ୍କା ରଖିଥିଲେ। ଏହି ଟଙ୍କା ସେ ଜଣେ ଦୋକାନୀଙ୍କୁ ଦେବାର ଥିଲା। ହେଲେ ବର୍ଥରୁ ହିଁ ଟଙ୍କା ଚୋରି ହୋଇ ଯାଇଛି। ପରବର୍ତ୍ତୀ ଦିନ ଟ୍ରେନରୁ ଓହ୍ଲାଇବା ପରେ ସେ ଦିଲ୍ଲୀ ଜିଆରପିରେ ଏଫଆଇଆର ଦେଇଥିଲେ।

More Stories