Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସହ୍ୟ ତାତିରେ ଛଟପଟ ଉତ୍ତରଭାରତ; ଅଂଶୁଘାତରେ ୯୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସମ୍ପ୍ରତି ଉତ୍ତର ଭାରତ ପ୍ରବଳ ଗରମ ଅନୁଭୂତ ହେଉଛି। ଗତ ତିନି ଦିନ ମଧ୍ୟରେ ପ୍ରବଳ ଉତ୍ତାପ ଯୋଗୁଁ ଉତ୍ତରପ୍ରଦେଶ ଏବଂ ବିହାରରେ ପାଖାପାଖି ୯୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶରେ ୫୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରବଳ ଉତ୍ତାପ ଯୋଗୁଁ ବିହାରରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି।

ଉତ୍ତରପ୍ରଦେଶ ବଲିୟାରେ ଉଚ୍ଚ ତାପମାତ୍ରା ଓ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୭୨ ଘଣ୍ଟାରେ ୫୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । । ତେବେ ମୃତ୍ୟୁର ସଠିକ କାରଣ କ’ଣ ଜାଣିବାକୁ ଏକ ଡାକ୍ତରୀ ଟିମ୍ ତଦନ୍ତ କରୁଥିବା ଜଣାପଡ଼ିଛି।

ଜଣେ ଅଧିକାରୀ କହିଛନ୍ତି ଯେ ଅଧିକାଂଶ ରୋଗୀଙ୍କ ବୟସ ୬୦ ବର୍ଷରୁ ଅଧିକ ଥିଲା। ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) କହିଛନ୍ତି ଯେ ପ୍ରବଳ ଉତ୍ତାପରେ ଜିଲ୍ଲାରେ ଉତ୍ତେଜନା ଦେଖାଦେଇଛି ଏବଂ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ