Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତର ଭାରତରେ ଭୟଙ୍କର ତାତି; ୪ ଦିନରେ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ବିଶେଷ କରି ଉତ୍ତର ଭାରତରେ ତାତିର ପ୍ରଭାବ ଅଧିକ ରହିଛି। ପ୍ରବଳ ତାତି ଯୋଗୁ ଲୋକେ ଅଂଶୁଘାତରେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି। ବିହାର ଏବଂ ଉତ୍ତରପ୍ରଦେଶର ଭୟଙ୍କର ତାତି ଅନୁଭୂତ ହେଉଛି। ପ୍ରବଳ ଗରମ ମଧ୍ୟରେ ଗତ ଚାରି ଦିନ ମଧ୍ୟରେ ୧୦୦ ରୁ ଅଧିକ ଲୋକଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା କୁହାଯାଉଛି। ୟୁପିର ବଲିୟାରେ ଚାରି ଦିନରେ ୫୭ ଜଣଙ୍କ ମୃତ୍ୟୁ ଘଟିଥିବା କୁାଯାଉଛି।

ସୂଚନା ଥାଉକି ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହି ଲକ୍ଷଣ ଉତ୍ତାପ ଜନିତ ନୁହେଁ। କିନ୍ତୁ ବଲିୟା ଜିଲ୍ଲା ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଏସ୍ ଯାଦବ କହିଥିଲେ ଯେ ଉତ୍ତାପ ଯୋଗୁଁ ରକ୍ତଚାପ, ହାଇପରଟେନସନ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ବୃଦ୍ଧ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ