Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁରଟରେ ୧.୨୫ ଲକ୍ଷ ଲୋକ କଲେ ଯୋଗ, ହେଲା ବିଶ୍ଵ ରେକର୍ଡ, ଅଭିନନ୍ଦନ ଜଣାଇଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ମ ଅନ୍ତର୍ଜାତୀୟ ଯୋଗ ଦିବସରେ ଗୁଜରାଟର ସୁରଟରେ ଗୋଟିଏ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ସର୍ବାଧିକ ୧.୨୫ ଲକ୍ଷ ବସି ଯୋଗ କରିବା ଏବଂ ଗିନିଜ୍ ବୁକ୍ ଅଫ ଓ୍ଵାର୍ଲ୍ଡ ରେକର୍ଡ ହେବା ନେଇ ଅଭିନନ୍ଦନ ଜଣାଇଛନ୍ତି। ବୁଧବାର ଯୋଗ ଦିବସରେ ଗୁଜରାଟର ଡାଇମଣ୍ଡ ସିଟି ସୁରଟରେ ୧୨ କିଲୋମିଟର କ୍ଷେତ୍ରଫଳରେ ୧.୨୫ ଲକ୍ଷ ଯୋଗ କରିଛନ୍ତି ଏବଂ ଏହା ବିଶ୍ଵ ରେକର୍ଡ ସ୍ଥାପନ କରିଛି।

https://twitter.com/narendramodi/status/1671604460819210261?s=20

ଗୁଜରାଟର ଗୃହ ରାଜ୍ୟ ମନ୍ତ୍ରୀ ହର୍ଷ ସାଙ୍ଘଭିଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ ପାଇଁ ସୁରଟରକୁ ମୋର ଅଭିନନ୍ଦନ। ସୁରଟରେ ଯୋଗରେ ବିଶ୍ଵ ରେକର୍ଡ ପାଇଁ ଗିନିଜ ବୁକ୍ ଅଫ ଓ୍ଵାର୍ଲ୍ଡ ରେକର୍ଡର ପ୍ରତିନିଧି ଏହାର ସାର୍ଟିଫିକେଟ୍ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ପ୍ରଦାନ କରିଛନ୍ତି।

ଉଲ୍ଲେଖନୀୟ ଏହି ରେକର୍ଡ ପୂର୍ବରୁ ରାଜସ୍ଥାନର କୋଟା ନାମରେ ଥିଲା। ୨୦୧୮ରେ ଏଠାରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଏକସଙ୍ଗେ ୧ ଲକ୍ଷ ୯୮୪ ଜଣ ଯୋଗ କରିଥିଲେ। ଏହି ରେକର୍ଡକୁ ଏଥର ସୁରଟ ଭାଙ୍ଗିଛି। ସୁରଟରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ମଧ୍ୟ ଯୋଗ ଦେଇଥିଲେ।