Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୨୦୧୯ ପରେ ଦ୍ଵିତୀୟ ଥର ପ୍ରେସ୍ କନଫରେନ୍ସ କରିବେ ପିଏମ ମୋଦୀ, ହ୍ଵାଇଟ୍ ହାଉସ୍ କହିଲା ଧନ୍ୟବାଦ

ନୂଆଦିଲ୍ଲୀ: ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠୁ ନରେନ୍ଦ୍ର ମୋଦୀ ମାତ୍ର ଥରୁଟିଏ ସାମ୍ବାଦିକ ସମ୍ମିଳନୀ କରିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଏହି ସାମ୍ବାଦିକ ସମ୍ମିଳନୀରେ ନରେନ୍ଦ୍ର ମୋଦୀଙ୍କ ସହ ଥିଲେ ଅମିତ୍ ଶାହା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ଥର ପ୍ରେସ୍ କନଫରେନ୍ସ କରିବାକୁ ଯାଉଛନ୍ତି। ସଂପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ଆଉ ଏହି ସମୟରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ସାମ୍ବାଦିକ ସମ୍ମିଳନୀ। କିନ୍ତୁ ଏହି ସମୟରେ ସେ ମାତ୍ର ୨ଟି ପ୍ରଶ୍ନର ଉତ୍ତର ଦେବେ ବୋଲି କୁହାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ହ୍ଵାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ। ଏହି ସମୟରେ ଦୁଇ ନେତା କିଛି ପ୍ରଶ୍ନର ଉତ୍ତର ଦେବେ। ହ୍ଵାଇଟ୍ ହାଉସ୍ ପକ୍ଷରୁ ଏହାର ସୂଚନା ଦିଆଯାଇଛି। ହ୍ଵାଇଟ୍ ହାଉସର ରାଷ୍ଟ୍ରୀୟ ସୁରକ୍ଷା ମୁଖପାତ୍ର ଜନ କିର୍ବି କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞ ଯେ, ସେ ନିଜ ଯାତ୍ରାର ଶେଷରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ।

ଏହା ବ୍ୟତୀତ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହେବ। ଆଜି ପ୍ରଧାନମନ୍ତ୍ରୀ ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ପିଏମ ମୋଦୀଙ୍କ ଏହି ଯାତ୍ରା ଉପରେ ପୂରା ଦୁନିଆର ନଜର ରହିଛି। ପିଏମ ମୋଦୀ ଜୁନ ୨୧ରୁ ଆମେରିକା ଗସ୍ତରେ ଅଛନ୍ତି। ନିଜ ଯାତ୍ରାର ଦ୍ଵିତୀୟ ଦିନରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରୁ ଓ୍ଵାଶିଂଟନ ଡିସି ପହଞ୍ଚିଛନ୍ତି। ଏଠାରେ ବିମାନ ବନ୍ଦରରେ ମୋଦୀଙ୍କ ଭବ୍ୟ ସ୍ଵାଗତ କରାଯାଇଛି ଏବଂ ୨୧ ତୋପୋ ସଲାମୀ ମଧ୍ୟ ଦିଆଯାଇଛି।

ସୂଚନାଯୋଗ୍ୟ, ସାଧାରଣତଃ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରହି ଆସିଛନ୍ତି। ସେ ସିଧାସଳଖ ଜନତାଙ୍କ ସହ ଯୋଗାଯୋଗ କରିବାକୁ ଉଚିତ୍ ମଣିଛନ୍ତି। ପ୍ରେସ୍ କନଫରେନ୍ସର ସମ୍ମୁଖୀନ ନ ହେବା ନେଇ ବିରୋଧୀ ଅନେକ ଥର ତାଙ୍କର ସମାଲୋଚନା କରି ଆସିଛନ୍ତି। ୨୦୧୯ ପରେ ଅନ୍ତତଃ ୨୦୨୩ରେ ପୁଣି ଆମେରିକାରେ ଦ୍ଵିତୀୟ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି ପିଏମ ମୋଦୀ।