କଳାହାଣ୍ଡି,୨୪/୦୬-ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରିଘାଟିରେ ଅଚଳ ହୋଇ ରହିଥିବା ଏକ ପଛୁଆ ଗଡ଼ିଯିବା ସହ ରାସ୍ତାକଡ଼ ଏକ ଖାଇରେ ପଡ଼ିଛି ! ଏଇ ଦୁର୍ଘଟଣାରେ ଟ୍ୟାଙ୍କରଟି ଓଲଟି ପଡ଼ିଥିବାବେଳେ ଏଥିରେ ଅଳ୍ପକେ ଚାଳକ ଓ ତାଙ୍କ ସହଯୋଗୀ ବର୍ତ୍ତିଯାଇଛନ୍ତି ! ତେବେ ଟ୍ୟାଙ୍କରଟି ରାସ୍ତାକଡ଼ ଦେଇ ଯାଇଥିବା ବିଦ୍ୟୁତ ତାର ଓ ଖୁଣ୍ଟ ଉପରେ ପଡ଼ିଯିବାରୁ କିଡିଙ୍ଗ, କାଉଗୁଡ଼ା, ମାଣିବନ୍ଧା ଓ ସିକେରକୁପାକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି ! ଏ ସଂପର୍କରେ ଖବର ପାଇ ସିକେରକୁପା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ! ସୂଚନାଯୋଗ୍ୟ, ଆଜି ସକାଳେ ରାୟପୁରରୁ ବିଶାଖାପାଟଣା ଯାଉଥିବା ଟ୍ୟାଙ୍କରଟି ବଞ୍ଜାରିଘାଟି ଚଢ଼ୁଥିବାବେଳେ ଅଚଳ ହୋଇପଡ଼ିଥିଲା ! ଫଳରେ ଟ୍ୟାଙ୍କରଟିର ପଛଚକରେ ପଥର ଦେଇ ତାକୁ ଅଟକାଇ ରଖାଯାଇଥିଲା ! କିନ୍ତୁ ପଛୁଆ ଗଡ଼ାଣି ଥିବାରୁ ଆଜି ଅପରାହ୍ନ ପ୍ରାୟ ୪.୩୦ ସମୟରେ ଟ୍ୟାଙ୍କରଟି ପଥରରୁ ଖସି ପଛୁଆ ଗଡ଼ିଯାଇ ରାସ୍ତାକଡ଼ରେ ଥିବା ଖାଇରେ ପଡ଼ିଯାଇଥିଲା ! ଏଥିରେ ଚାଳକ ଓ ସହଯୋଗୀଙ୍କ ବିଶେଷ କ୍ଷତି ହୋଇନଥିବାବେଳେ ଟ୍ୟାଙ୍କରଟି ଓଲଟି ପଡ଼ିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି !