Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ, ନୂତନ ଭବନରେ ହେବ ବୈଠକ

ନୂଆଦିଲ୍ଲୀ: ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସଂସଦୀୟ କାର‌୍ୟ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶନିବାର ଏହାର ଘୋଷଣା କରିଛନ୍ତି। ପ୍ରଥମ ଥର ନୂତନ ସଂସଦ ଭବନରେ ଅଧିବେଶନ ସହ ଗୃହକାର‌୍ୟ୍ୟ ପରିଚାଳିତ ହେବ। କେନ୍ଦ୍ର ମନ୍ତ୍ରୀ ସମସ୍ତ ଦଳକୁ ସଦନରେ ସାର୍ଥକ ଆଲୋଚନାରେ ଯୋଗ ଦେବାକୁ ଅପିଲ୍ କରିଛନ୍ତି। ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ।

ପ୍ରହ୍ଲାଦ ଯୋଶୀ ଟୁଇଟ୍ କରି କହିଛନ୍ତି ଯେ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ମୌସୁମୀ ଅଧିବେଶନ ୨୩ ଦିନ ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ, ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ନୂତନ ଭବନ ଉଦଘାଟନ କରିଥିଲେ। ସଂସଦ ଭବନରେ ପ୍ରାୟତଃ ସମସ୍ତ ରାଜନୈତିକ ଦଳଗୁଡ଼ିକର କାର‌୍ୟ୍ୟାଳୟ ଚିହ୍ନଟ ହୋଇ ସାରିଛି। ପ୍ରମୁଖ ବିଭାଗଗୁଡ଼ିକୁ ନୂତନ ସଂସଦ ଭବନରେ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି।

ଏଥର ମୌସୁମୀ ଅଧିବେଶନ ବେଶ ହଟ୍ଟଗୋଳ ହେବାର ସମ୍ଭାବନା ରହିଛି। କାରଣ କେନ୍ଦ୍ର ସରକାର ଗୃହରେ ସମାନ ନାଗରିକ ସଂହିତାର ବିଧେୟକ ଉପସ୍ଥାପିତ କରିବାକୁ ଯୋଜନା କରିଛନ୍ତି। ୟୁସିସିକୁ ନେଇ ବର୍ତ୍ତମାନ ଦେଶରେ ଖୁବ୍ ବିତର୍କ ଚାଲିଛି। ଆମ ଆଦମୀ ପାର୍ଟି ଏବଂ ଶିବସେନା ୟୁସିସିର ସମର୍ଥନ କରିଥିବା ବେଳେ କଂଗ୍ରେସର ଆଭିମୁଖ୍ୟ କଣ ରହିବ ତା ଉପରେ ସାରା ଦେଶର ନଜର ରହିଛି। ତେଣୁ ମୌସୁମୀ ଅଧିବେଶନ ଏଥର ବେଶ ହଙ୍ଗାମା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

More Stories